ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ହାତ ଛାଡି ପଦ୍ମ ଧରିଲେ ୮ ବିଧାୟକ

0

ପାଣାଜୀ: କଂଗ୍ରେସ ପାଇଁ ପୁଣି ବଢ଼ିଲା ଅଡୁଆ। ଦଳର ୮ ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ୍‌ ହୋଇଛନ୍ତି। ଦଳର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ କଂଗ୍ରେସର ହାତ ଛାଡି ବିଜେପିର ପଦ୍ମ ଧରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ବିଧାୟକ ଆଜି  ବାଚସ୍ପତିଙ୍କୁ ଭେଟିବା ପରେ ଏଭଳି ନିଷ୍ପତି ନେଇଛନ୍ତି।

ଏହି ବିଧାୟକମାନେ ଦଳ ଛାଡ଼ିବା ସହ ସେମାନଙ୍କ ମିଶ୍ରଣ ପତ୍ରକୁ ବିଧାନସଭାରେ ଦାଖଲ କରିଛନ୍ତି। କଂଗ୍ରେସର ବିଧାୟକମାନେ ଦଳ ଛାଡ଼ି ବିଜେପିରେ ମିଶିବା ପରେ ବିଜେପି ମୁଖପାତ୍ର ସେହଜାଦ୍‌ ପୁନାୱାଲା ଟ୍ବିଟ୍‌ କରି ‘ଗୋ ଗୋଆ ଗନ୍‌’ ବୋଲି ଲେଖିଛନ୍ତି।

ପୂର୍ବତନ ବିଧାୟକ ମାଇକଲେ୍‌ ଏନେଇ ଗଣମାଧ୍ୟମରେ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସାମର୍ଥ୍ୟକୁ ଦୃଢ଼ କରିବାକୁ ଆମେ ଏପରି ନିଷ୍ପତ୍ତି ନେଇଛୁ। ସେ ଆହୁରି ବି କହିଛନ୍ତି ଯେ ‘କଂଗ୍ରେସ ଛାଡ, ବିଜେପି ଯୋଡ଼’। ମୁଖ୍ୟମନ୍ତ୍ରୀ ଶାୱନ୍ତ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ବିଜେପିରେ ଯୋଗ ଦେଇଥିବା ୮ ବିଧାୟକଙ୍କୁ ମୁଁ ସ୍ବାଗତ କରୁଛି। କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି। କିନ୍ତୁ ମୋତେ ଲାଗୁଛି ଗୋଆରେ କଂଗ୍ରେସ ଛାଡ଼ ଯାତ୍ରା ଆରମ୍ଭ ହୋଇଯାଇଛି।’

ବିଜେପିରେ ଯୋଗ ଦେଇଥିବା ବିଧାୟକମାନେ ‌ହେଉଛନ୍ତି  ଦିଗମ୍ବର କମାତ, ମାଇକେଲ୍‌ ଲୋବ, ଦଲିଲା ଲୋବ, ରାଜେଶ ଫଲଦେଶାଇ, କେଦାର ନାୟକ, ସଂକଳ୍ପ ଆମୋନକର୍‌, ଆଲେଇକ୍ସୋ ସିକେରା ଓ ରୁଡୋଲ୍‌ଫ ଫର୍ଣ୍ଣାଡିଜ୍‌। ସେମାନେ ବିଜେପିରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତଙ୍କୁ ଭେଟିଛନ୍ତି।

ଏହା ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ସେଟ୍‌ ତନାବଡ଼େ କଂଗ୍ରେସର ବିଧାୟକମାନେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ଦାବି କରିଥିଲେ। ଇତି ମଧ୍ୟରେ ବିରୋଧୀ ଦଳର ନେତା ମାଇକେଲ ଲୋବୋ କଂଗ୍ରେସ ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ କଂଗ୍ରେସ ବିଧାନସଭା ପାର୍ଟିକୁ ବିଜେପି ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ତେବେ ଜୁଲାଇରେ ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୫ଜଣଙ୍କୁ ବିଜେପିରେ ଯୋଗଦେବାକୁ ନେଇ ଆଲୋଚନା ହୋଇଥିଲା। ତେବେ କଂଗ୍ରେସ ଠିକ୍ ସମୟରେ ସକ୍ରିୟତା ଦେଖାଇ ନିଜ ବିଧାୟକଙ୍କ ମନ ପରିବର୍ତ୍ତନ କରିଦେଇଥିଲା।

ଗୋଆ ବିଧାନସଭାର ମୋଟ ୪୦ ଆସନ ମଧ୍ୟରୁ ବିଜେପି ପାଖରେ ୨୦ ଟି ଆସନ ରହିଛି । ସେହିପରି ଏମଜିପିର ୨ ଓ ନିର୍ଦ୍ଦଳୀୟ ୩ ଜଣ ଏଭଳି ମୋଟ ୨୫ ଜଣ ବିଧାୟକଙ୍କ ସମର୍ଥନ ବିଜେପି ସରକାର ପାଖରେ ରହିଥିଲା । ଏବେ କଂଗ୍ରେସରୁ ୮ ଜଣ ବିଧାୟକ ଯୋଗ ଦେବା ପରେ ସରକାରଙ୍କ ପାଖରେ ୩୩ ଜଣ ବିଧାୟକଙ୍କ ସମର୍ଥନ ହୋଇଗଲା ।

Leave A Reply

Your email address will not be published.