ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ହାତ ଛାଡି ପଦ୍ମ ଧରିଲେ ୮ ବିଧାୟକ

0

ପାଣାଜୀ: କଂଗ୍ରେସ ପାଇଁ ପୁଣି ବଢ଼ିଲା ଅଡୁଆ। ଦଳର ୮ ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ୍‌ ହୋଇଛନ୍ତି। ଦଳର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ କଂଗ୍ରେସର ହାତ ଛାଡି ବିଜେପିର ପଦ୍ମ ଧରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ବିଧାୟକ ଆଜି  ବାଚସ୍ପତିଙ୍କୁ ଭେଟିବା ପରେ ଏଭଳି ନିଷ୍ପତି ନେଇଛନ୍ତି।

ଏହି ବିଧାୟକମାନେ ଦଳ ଛାଡ଼ିବା ସହ ସେମାନଙ୍କ ମିଶ୍ରଣ ପତ୍ରକୁ ବିଧାନସଭାରେ ଦାଖଲ କରିଛନ୍ତି। କଂଗ୍ରେସର ବିଧାୟକମାନେ ଦଳ ଛାଡ଼ି ବିଜେପିରେ ମିଶିବା ପରେ ବିଜେପି ମୁଖପାତ୍ର ସେହଜାଦ୍‌ ପୁନାୱାଲା ଟ୍ବିଟ୍‌ କରି ‘ଗୋ ଗୋଆ ଗନ୍‌’ ବୋଲି ଲେଖିଛନ୍ତି।

ପୂର୍ବତନ ବିଧାୟକ ମାଇକଲେ୍‌ ଏନେଇ ଗଣମାଧ୍ୟମରେ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସାମର୍ଥ୍ୟକୁ ଦୃଢ଼ କରିବାକୁ ଆମେ ଏପରି ନିଷ୍ପତ୍ତି ନେଇଛୁ। ସେ ଆହୁରି ବି କହିଛନ୍ତି ଯେ ‘କଂଗ୍ରେସ ଛାଡ, ବିଜେପି ଯୋଡ଼’। ମୁଖ୍ୟମନ୍ତ୍ରୀ ଶାୱନ୍ତ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ବିଜେପିରେ ଯୋଗ ଦେଇଥିବା ୮ ବିଧାୟକଙ୍କୁ ମୁଁ ସ୍ବାଗତ କରୁଛି। କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି। କିନ୍ତୁ ମୋତେ ଲାଗୁଛି ଗୋଆରେ କଂଗ୍ରେସ ଛାଡ଼ ଯାତ୍ରା ଆରମ୍ଭ ହୋଇଯାଇଛି।’

ବିଜେପିରେ ଯୋଗ ଦେଇଥିବା ବିଧାୟକମାନେ ‌ହେଉଛନ୍ତି  ଦିଗମ୍ବର କମାତ, ମାଇକେଲ୍‌ ଲୋବ, ଦଲିଲା ଲୋବ, ରାଜେଶ ଫଲଦେଶାଇ, କେଦାର ନାୟକ, ସଂକଳ୍ପ ଆମୋନକର୍‌, ଆଲେଇକ୍ସୋ ସିକେରା ଓ ରୁଡୋଲ୍‌ଫ ଫର୍ଣ୍ଣାଡିଜ୍‌। ସେମାନେ ବିଜେପିରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତଙ୍କୁ ଭେଟିଛନ୍ତି।

ଏହା ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ସେଟ୍‌ ତନାବଡ଼େ କଂଗ୍ରେସର ବିଧାୟକମାନେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ଦାବି କରିଥିଲେ। ଇତି ମଧ୍ୟରେ ବିରୋଧୀ ଦଳର ନେତା ମାଇକେଲ ଲୋବୋ କଂଗ୍ରେସ ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ କଂଗ୍ରେସ ବିଧାନସଭା ପାର୍ଟିକୁ ବିଜେପି ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ତେବେ ଜୁଲାଇରେ ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୫ଜଣଙ୍କୁ ବିଜେପିରେ ଯୋଗଦେବାକୁ ନେଇ ଆଲୋଚନା ହୋଇଥିଲା। ତେବେ କଂଗ୍ରେସ ଠିକ୍ ସମୟରେ ସକ୍ରିୟତା ଦେଖାଇ ନିଜ ବିଧାୟକଙ୍କ ମନ ପରିବର୍ତ୍ତନ କରିଦେଇଥିଲା।

ଗୋଆ ବିଧାନସଭାର ମୋଟ ୪୦ ଆସନ ମଧ୍ୟରୁ ବିଜେପି ପାଖରେ ୨୦ ଟି ଆସନ ରହିଛି । ସେହିପରି ଏମଜିପିର ୨ ଓ ନିର୍ଦ୍ଦଳୀୟ ୩ ଜଣ ଏଭଳି ମୋଟ ୨୫ ଜଣ ବିଧାୟକଙ୍କ ସମର୍ଥନ ବିଜେପି ସରକାର ପାଖରେ ରହିଥିଲା । ଏବେ କଂଗ୍ରେସରୁ ୮ ଜଣ ବିଧାୟକ ଯୋଗ ଦେବା ପରେ ସରକାରଙ୍କ ପାଖରେ ୩୩ ଜଣ ବିଧାୟକଙ୍କ ସମର୍ଥନ ହୋଇଗଲା ।

Leave A Reply

Your email address will not be published.