ପ୍ରମୁଖ ଖବର

ବିଶିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ
ଗତକାଲି ବିଳମ୍ବିତ ରାତିରେ ୮୨ ବର୍ଷରେ ମୃତ୍ୟୁବରଣ କରିଛନ୍ତି
ସେ ଏକାଧିକ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି
ଆଜି ନବୀନ ପଟ୍ଟନାୟକଙ୍କ ପଦମପୁର ଗସ୍ତ
ପଦମପୁର ଗସ୍ତରେ ଯାଇ ୩ଟି ନିର୍ବାଚନୀ ସଭାରେ ଯୋଗ ଦେବେ ନବୀନ, ପାଇକମାଳ, ଝାରବନ୍ଧ, ପଦମପୁର ସାଧାରଣ ସଭାରେ କରିବେ ପ୍ରଚାର
ସାରା ରାଜ୍ୟରେ ଶୀତ ଅନୁଭୂତ : ୧୦ ଡିଗ୍ରୀ ତଳେ ୪ ସହରର ରାତି ତାପମାତ୍ରା, କୋରାପୁଟ ସେମିଳିଗୁଡ଼ା ସବୁଠୁ ଥଣ୍ଡା ; ୫ଦିନ ଯାଏଁ ରାତ୍ରି ତାପମାତ୍ରାରେ ନାହିଁ ବିଶେଷ ପରିବର୍ତନ

କଟକ ଏସସିବିରୁ ନବଜାତ ଶିଶୁ ଚୋରି

0

କଟକ: ଏସସିବି ବଡ ମେଡିକାଲ ପ୍ରସୂତି ବିଭାଗର ଆଇସିୟୁରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ ହୋଇଛି। ଗୋଟିଏ ନବଜାତ ଶିଶୁକୁ ଏସିସିବି ମେଡିକାଲରୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି ।ଏନେଇ ଶିଶୁର ବାପା ଏସସିବି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଶିଶୁକୁ ଏପର୍ଯ୍ୟନ୍ତ କିଏ ନେଇଛି ତାହା ଜଣାପଡିନାହିଁ । ଅଭିଯୋଗ ପରେ ଏସସିବି କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ କରୁଛନ୍ତି | ଚିକିତ୍ସା ସମୟରେ ଚୋରି ହୋଇଥିବାର ଅଭିଯୋଗ କରିଛନ୍ତି ନବଜାତ ଶିଶୁର ବାପା।

ନବଜାତ ଶିଶୁର ବାପାଙ୍କ କହିବା ଅନୁସାରେ, ଗତ ଗୁରୁବାର ଦିନ ତାଙ୍କର ସ୍ତ୍ରୀଙ୍କୁ ଏସସିବି ମେଡିକାଲର ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ । ସେହି ଦିନ ତାଙ୍କର ଯାଆଁଳା ଶିଶୁ କନ୍ୟା ଜନ୍ମ ହୋଇଥିଲା ଏବଂ ଦୁଇ ଶିଶୁ କନ୍ୟା ସୁସ୍ଥ ଥିଲେ । ଆଜି ସେମାନଙ୍କୁ ଡିସଚାର୍ଜ କରିବା ପାଇଁ ସକାଳେ ଡାକ୍ତର କହିଥିଲେ । ମାତ୍ର ଆଜି ଚେକଅପ କରିବା ସମୟରେ ସାନ ଝିଅର ଜଣ୍ଡିସ ହୋଇଥିବା ଜଣାପଡିଥିଲା ।

ତେବେ ଶିଶୁ କନ୍ୟାକୁ ଆଜି ଦିନ ୧୨ଟା ସମୟରେ ଆଇସିୟୁରେ ଭର୍ତ୍ତି କରିଥିଲେ । ଶିଶୁ କନ୍ୟାର ପିଉସୀ ଆଡମିଶନ କରିକି ଆସିବା ପରେ ଦିନ ୩ଟାରେ ଶିଶୁ କନ୍ୟା ଚୋରି ହୋଇଥିବା ପିଉସୀ ଜାଣିବାକୁ ପାଇଥିଲେ । ତେବେ ଶିଶୁର ବାପାଙ୍କ କହିବା କଥା ଯେତେବେଳେ ଆଇସିୟୁ ଭିତରକୁ କାହାକୁ ଅନୁମତି ନାହିଁ କିଭଳି ଆଇସିୟୁରୁ ଝିଅ ଚୋରି ହେଲା । ଚୋରି ପଛରେ ପ୍ରସୂତି ବିଭାଗ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଶିଶୁ କନ୍ୟାର ବାପା | ଏହି ଘଟଣାକୁ ନେଇ ତୋଫାନ ଏସସିବି ଫାଣ୍ଡିରେ ଅଭିଯୋଗ କରିଛନ୍ତି |

Leave A Reply

Your email address will not be published.