ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ନକ୍ସଲଙ୍କ ରାଜ୍,ଜଣଙ୍କୁ ହତ୍ୟା ସହ ଜାଳିଦେଲେ ଗାଡି

0

କନ୍ଧମାଳ; ବଢିବାରେ ଲାଗିଛି ନକ୍ସଲଙ୍କ ରାଜ୍ । ଗୋଟିଏ ଦିନରେ ଦୁଇ ଦୁଇଟି କାଣ୍ଡ ଘଟାଇଛନ୍ତି ମାଓବାଦୀ । କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରିଛନ୍ତି । ଏଥିସହିତ ଠିକା କମ୍ପାନୀର ୫ଟି ଗାଡିକୁ ଜାଳି ଦେଇଛନ୍ତି ଦୁର୍ବୁତ୍ତ । ମୃତ ବ୍ୟକ୍ତି ଜଣଙ୍କ ହେଲେ ନୀଳକଣ୍ଠ ମଲିକ ।

ଗତକାଲି କିଛି ସଶସ୍ତ୍ର ନକ୍ସଲ ନୀଳକଣ୍ଠଙ୍କ ଘରକୁ ଆସି ତାଙ୍କୁ ଡାକି ନେଇଥିଲେ । ପରେ ତାଙ୍କର ଗଳାକାଟି ହତ୍ୟା କରିଥିଲେ । କେକେବିଏନ ସିପିଆଇ ନକ୍ସଲ ଡିଭିଜନାଲ କମିଟି ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ସେହିପରି ବାଲିଗୁଡ଼ା ଜାର୍ଗୀ ନିକଟ ପିପାଲିରେ ରାସ୍ତା ନିର୍ମାଣକୁ ବିରୋଧ କରି ଏକ ଠିକା କମ୍ପାନୀର ୫ଟି ଗାଡିକୁ ନକ୍ସଲ ମାନେ ଜାଳି ଦେଇଛନ୍ତି । ୧୫ରୁ ଅଧିକ ସଶସ୍ତ୍ର ମାଓବାଦୀ ଠିକା ସଂସ୍ଥାର କ୍ୟାମ୍ପରେ ପଶି ଦୁଇଟି ଜେସିବି, ଦୁଇଟି ଟ୍ରାକଟର, ମିକ୍ସଚର ମେସିନ ଜାଳି ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ; ଗତ ସପ୍ତାହରେ ସିନ୍ଧି ଜଙ୍ଗଲରେ ମାଓ କ୍ୟାମ୍ପର ସୂଚନା ପାଇ କନ୍ଧମାଳ ପୋଲିସ ସର୍ଚ୍ଚ ଅପରେସନ କରିଥିଲା । ଏହି ସମୟରେ ମାଓବାଦୀ ସୁରକ୍ଷା କର୍ମୀ ମୁହାମୁହିଁ ହୋଇଥିଲେ । ଦୀର୍ଘ ସମୟ ଗୁଳିବିନିମୟ ପରେ ଜଣେ ମହିଳା ମାଓବାଦୀ ମୃତ ହୋଇଥିଲା ଓ ବହୁ ମାଓ ସାମଗ୍ରୀ ଜବତ କରିଥିଲା ପୋଲିସ । ସେହି ସ୍ଥାନରେ ଲାଲ ବ୍ୟାନର ଓ ପୋଷ୍ଟର ଲଗାଇ ତାହାର ବଦଲା ନେଇଥିବା କହିଛନ୍ତି ।

Leave A Reply

Your email address will not be published.