ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଆମେରିକା ସ୍କୁଲରେ ପୁଣି ଗୁଳିକାଣ୍ଡ, ଚାଲିଗଲା ୩ ଜୀବନ

0

ଆମେରିକା; ଆମେରିକାରେ ଲଗାତର ଭାବେ ଗୁଳିମାଡ ଘଟଣା ବଢିବାରେ ଲାଗିଛି । ଏବେ ପୁଣି ଆମେରିକାର ସେଣ୍ଟ ଲୁଇସ ହାଇସ୍କୁଲରେ ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ଜଣେ ଶିକ୍ଷକ, ଛାତ୍ରୀ ଏବଂ ଆକ୍ରମଣକାରୀଙ୍କୁ ମିଶାଇ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

ରିପୋର୍ଟ ମୁତାବକ, ଆମେରିକାର ମଧ୍ୟ ପଶ୍ଚିମ ମସୌରୀର ସେଣ୍ଟ ଲୁଇସ ହାଇସ୍କୁଲ ଭିତରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଗୁଳିକାଣ୍ଡ କରିଥିଲେ । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣକାରୀକୁ ପୋଲିସ ଗୁଳି କରିଛି । ସେଣ୍ଟ ଲୁଇସ ପୋଲିସ କହିବା ମୁତାବକ, ଏହି ସ୍କୁଲର ଜଣେ ଶିକ୍ଷକ ଏବଂ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।

ତେବେ ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନି। କିନ୍ତୁ ଘଟଣା ଘଟାଇଥିବା ଯୁବକଙ୍କ ବୟସ ପାଖାପାଖି ୨୦ ବର୍ଷ ହେବ ବୋଲି ଜଣାପଡିଛି । ସେପଟେ କେଉଁ କାରଣରୁ ଯୁବକ ଜଣକ ଏଭଳି ଗୁଳିକାଣ୍ଡ କରିଥିଲେ, ତାହା ଅସ୍ପଷ୍ଟ ରହିଛି । ତେବେ ଆମେରିକାର ସ୍କୁଲରେ ଗୁଳିକାଣ୍ଡ କିଛି ନୂଆ କଥା ନୁହେଁ । ମଇ ମାସରେ ଆମେରିକାର ଟେକ୍ସାସ ସ୍କୁଲରେ ଫାୟାରିଂ ହେବା ଯୋଗୁଁ ୧୮ ପିଲାଙ୍କ ସମସେତ ୨୧ ଜଣଙ୍କର ଜୀବନ ଚାଲିଯାଇଥିଲା। ସ୍କୁଲ ଭିତରେ ପଶି ୧୮ ବର୍ଷୀୟ ଜଣେ ଯୁବକ ଫାୟାରିଂ କରିଥିଲେ।

Leave A Reply

Your email address will not be published.