ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆମେରିକା ସ୍କୁଲରେ ପୁଣି ଗୁଳିକାଣ୍ଡ, ଚାଲିଗଲା ୩ ଜୀବନ

0

ଆମେରିକା; ଆମେରିକାରେ ଲଗାତର ଭାବେ ଗୁଳିମାଡ ଘଟଣା ବଢିବାରେ ଲାଗିଛି । ଏବେ ପୁଣି ଆମେରିକାର ସେଣ୍ଟ ଲୁଇସ ହାଇସ୍କୁଲରେ ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ଜଣେ ଶିକ୍ଷକ, ଛାତ୍ରୀ ଏବଂ ଆକ୍ରମଣକାରୀଙ୍କୁ ମିଶାଇ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

ରିପୋର୍ଟ ମୁତାବକ, ଆମେରିକାର ମଧ୍ୟ ପଶ୍ଚିମ ମସୌରୀର ସେଣ୍ଟ ଲୁଇସ ହାଇସ୍କୁଲ ଭିତରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଗୁଳିକାଣ୍ଡ କରିଥିଲେ । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣକାରୀକୁ ପୋଲିସ ଗୁଳି କରିଛି । ସେଣ୍ଟ ଲୁଇସ ପୋଲିସ କହିବା ମୁତାବକ, ଏହି ସ୍କୁଲର ଜଣେ ଶିକ୍ଷକ ଏବଂ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।

ତେବେ ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନି। କିନ୍ତୁ ଘଟଣା ଘଟାଇଥିବା ଯୁବକଙ୍କ ବୟସ ପାଖାପାଖି ୨୦ ବର୍ଷ ହେବ ବୋଲି ଜଣାପଡିଛି । ସେପଟେ କେଉଁ କାରଣରୁ ଯୁବକ ଜଣକ ଏଭଳି ଗୁଳିକାଣ୍ଡ କରିଥିଲେ, ତାହା ଅସ୍ପଷ୍ଟ ରହିଛି । ତେବେ ଆମେରିକାର ସ୍କୁଲରେ ଗୁଳିକାଣ୍ଡ କିଛି ନୂଆ କଥା ନୁହେଁ । ମଇ ମାସରେ ଆମେରିକାର ଟେକ୍ସାସ ସ୍କୁଲରେ ଫାୟାରିଂ ହେବା ଯୋଗୁଁ ୧୮ ପିଲାଙ୍କ ସମସେତ ୨୧ ଜଣଙ୍କର ଜୀବନ ଚାଲିଯାଇଥିଲା। ସ୍କୁଲ ଭିତରେ ପଶି ୧୮ ବର୍ଷୀୟ ଜଣେ ଯୁବକ ଫାୟାରିଂ କରିଥିଲେ।

Leave A Reply

Your email address will not be published.