ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ

0

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୋମବାର ଅପରାହ୍ନରେ ସମ୍ ଅଲ୍ଟିମେଟ ମେଡିକେୟାରର ଅବଜରଭେସନ୍ ରୁମ୍‌ରୁ କ୍ୟାବିନ୍‌କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ତାଙ୍କ କଣ୍ଡିସନ୍ ଷ୍ଟେବୁଲ ରହିଥିବା ସମ୍ ପକ୍ଷରୁ କୁହାଯାଇଛି।

ଏହି ସମୟରେ ନବୀନ ପଟ୍ଟନାୟକଙ୍କର ପୁଣି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ମେଡିକାଲ ବେଡରୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, “ମୁଁ ଭଲ ଅଛି। ଡାକ୍ତରମାନେ ବହୁତ ଭଲ ଚିକିତ୍ସା କରୁଛନ୍ତି।” ସେ ସମସ୍ତଙ୍କର ଶୁଭକାମନା ପାଇଁ ଧନ୍ୟବାଦ ଜଣାଇବା ସହ ଦେଖା କରିବାକୁ ଚାହୁଁଥିବା ଲୋକଙ୍କୁ ନବୀନ ନିବାସକୁ ଆସିବାକୁ ଅନୁରୋଧ କରିଛନ୍ତି।

ଗତକାଲି ଅପରାହ୍ନରେ ଡିହାଇଡ୍ରେସନ୍ ଯୋଗୁଁ ତାଙ୍କୁ ଭୁବନେଶ୍ୱରର ସମ୍ ଅଲଟିମେଟ୍ କୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେ ସୁସ୍ଥ ଅନୁଭବ କରୁଛନ୍ତି ଏବଂ ତାଙ୍କ ଚିକିତ୍ସା ଜାରି ରହିଛି ବୋଲି ସମ୍ ବୁଲେଟିନ୍‌ ରେ କୁହାଯାଇଛି।

ନବୀନ ପଟ୍ଟନାୟକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ଗତକାଲି ଠାରୁ ମନ୍ତ୍ରୀ, ବିଧାୟକ, ନେତା, ସମର୍ଥକ ଓ ପ୍ରଶଂସକମାନେ ସମ୍‌ ଅଲ୍ଟିମେଟ୍‌ ମେଡିକାୟର ଆଡ଼କୁ ଅଗ୍ରସର ହେଉଛନ୍ତି। ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ମେଡିକାଲରେ ପହଞ୍ଚି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଛନ୍ତି। ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିଥିଲେ।

Leave A Reply

Your email address will not be published.