ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ନକ୍ସଲଙ୍କ ରାଜ୍,ଜଣଙ୍କୁ ହତ୍ୟା ସହ ଜାଳିଦେଲେ ଗାଡି

0

କନ୍ଧମାଳ; ବଢିବାରେ ଲାଗିଛି ନକ୍ସଲଙ୍କ ରାଜ୍ । ଗୋଟିଏ ଦିନରେ ଦୁଇ ଦୁଇଟି କାଣ୍ଡ ଘଟାଇଛନ୍ତି ମାଓବାଦୀ । କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରିଛନ୍ତି । ଏଥିସହିତ ଠିକା କମ୍ପାନୀର ୫ଟି ଗାଡିକୁ ଜାଳି ଦେଇଛନ୍ତି ଦୁର୍ବୁତ୍ତ । ମୃତ ବ୍ୟକ୍ତି ଜଣଙ୍କ ହେଲେ ନୀଳକଣ୍ଠ ମଲିକ ।

ଗତକାଲି କିଛି ସଶସ୍ତ୍ର ନକ୍ସଲ ନୀଳକଣ୍ଠଙ୍କ ଘରକୁ ଆସି ତାଙ୍କୁ ଡାକି ନେଇଥିଲେ । ପରେ ତାଙ୍କର ଗଳାକାଟି ହତ୍ୟା କରିଥିଲେ । କେକେବିଏନ ସିପିଆଇ ନକ୍ସଲ ଡିଭିଜନାଲ କମିଟି ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ସେହିପରି ବାଲିଗୁଡ଼ା ଜାର୍ଗୀ ନିକଟ ପିପାଲିରେ ରାସ୍ତା ନିର୍ମାଣକୁ ବିରୋଧ କରି ଏକ ଠିକା କମ୍ପାନୀର ୫ଟି ଗାଡିକୁ ନକ୍ସଲ ମାନେ ଜାଳି ଦେଇଛନ୍ତି । ୧୫ରୁ ଅଧିକ ସଶସ୍ତ୍ର ମାଓବାଦୀ ଠିକା ସଂସ୍ଥାର କ୍ୟାମ୍ପରେ ପଶି ଦୁଇଟି ଜେସିବି, ଦୁଇଟି ଟ୍ରାକଟର, ମିକ୍ସଚର ମେସିନ ଜାଳି ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ; ଗତ ସପ୍ତାହରେ ସିନ୍ଧି ଜଙ୍ଗଲରେ ମାଓ କ୍ୟାମ୍ପର ସୂଚନା ପାଇ କନ୍ଧମାଳ ପୋଲିସ ସର୍ଚ୍ଚ ଅପରେସନ କରିଥିଲା । ଏହି ସମୟରେ ମାଓବାଦୀ ସୁରକ୍ଷା କର୍ମୀ ମୁହାମୁହିଁ ହୋଇଥିଲେ । ଦୀର୍ଘ ସମୟ ଗୁଳିବିନିମୟ ପରେ ଜଣେ ମହିଳା ମାଓବାଦୀ ମୃତ ହୋଇଥିଲା ଓ ବହୁ ମାଓ ସାମଗ୍ରୀ ଜବତ କରିଥିଲା ପୋଲିସ । ସେହି ସ୍ଥାନରେ ଲାଲ ବ୍ୟାନର ଓ ପୋଷ୍ଟର ଲଗାଇ ତାହାର ବଦଲା ନେଇଥିବା କହିଛନ୍ତି ।

Leave A Reply

Your email address will not be published.