ଶିମିଳିପାଳ; ପର୍ଯ୍ୟଟକଙ୍କ ପାଇଁ ଆସିଲା ଖୁସି ଖବର । ଦୀର୍ଘ ଦିନ ପରେ ପୁଣି ଶିମିଳିପାଳ ବୁଲିବାକୁ ପର୍ଯ୍ୟଟକଙ୍କୁ ମିଳିଲା ଅନୁମତି । ଆସନ୍ତା ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ପର୍ଯ୍ୟଟକମାନେ ସକାଳ ୬ଟାରୁ ୯ଟା ମଧ୍ୟରେ ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଯଶିପୁର ପଟୁ କାଳିଆଣି ଗେଟ୍ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିପାରିବେ । ପିଠାବଟା ଫାଟକ ଦେଇ ପ୍ରତିଦିନ ୨୫ଟି ଓ କାଳିଆଣି ଦେଇ ୩୫ଟି ଗାଡ଼ି ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ତେବେ ଅଭୟାରଣ୍ୟରେ ଥିବା ଡାକବଙ୍ଗଳାରେ ରାତ୍ରିଯାପନ ପାଇଁ ପର୍ଯ୍ୟଟକଙ୍କ ପାଇଁ ସୁବିଧା ରହିଛି । ସେହିପରି ଅଭୟାରଣ୍ୟକୁ ମାଦକ ଦ୍ରବ୍ୟ, ପ୍ଲାଷ୍ଟିକ ଓ ପଲିଥିନ୍ ନେବା ଉପରେ କଟକଣା ଜାରି କରାଯାଇଛି।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ