ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାରାଣୀ

0

ସାକ୍ଷୀଗୋପାଳ; ଆଜି ପବିତ୍ର ଅଁଳା ନବମୀ। ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାରାଣୀ । ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଲମ୍ବା ଧାଡ଼ିରେ ଯାଇ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରୁଛନ୍ତି। କରୋନା ପାଇଁ ଦୁଇ ବର୍ଷ ପରେ ଦର୍ଶନର ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି କିନ୍ତୁ ପାଦ ସ୍ପର୍ଶ କରିବା ନେଇ କଟକଣା ଜାରି କରାଯାଇଛି।

ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ରି ଗୋଟାଏ ସମୟରେ ଦ୍ୱାରଫିଟା ନୀତି ପାଳନ ହୋଇଥିଲା। ଏହାପରେ ସାଢେ ଗୋଟାଏରେ ମଙ୍ଗଳ ଆଳତି, ସାଢେ ଗୋଟାଏରୁ ୩ଟା ମଧ୍ୟରେ ବେଶ, ମଇଲମ, ମର୍ଦ୍ଦନ, ଅବକାଶ, ନଟବର ବେଶ ଅନୁଷ୍ଠିତ ହୋଇଥିଲା। ଭୋର ସାଢେ ୫ଟାରେ ମନ୍ଦିର କର୍ମଚାରୀ ଓ ସେବାୟତ ଦର୍ଶନ କରିଥିଲେ। ଏହାପରେ ସକାଳ ୬ଟା ପରଠାରୁ ସାହାଣମେଲା ଦର୍ଶନ ଚାଲିଛି। ଏହି ଦର୍ଶନ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ପାଳିଆ ପରିବର୍ତ୍ତନ ଲାଗି ଅପରାହ୍ନ ୫ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ପୁଣିଥରେ ସଂଧ୍ୟା ୬ଟାରୁ ରାତି ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ ସାହାଣମେଲା ଦର୍ଶନ।

ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସରଙ୍କୁ ମୁତୟନ କରାଯାଇଛି।ପ୍ରଶାସନ ତରଫରୁ ମନ୍ଦିର ପରିସରରେ ୭ଟି ଓ ମନ୍ଦିର ଚାରିପଟେ ୧୨ଟି ସିସିଟିଭି କ୍ୟାମେରା ଲଗାଯାଇଛି ।ଭକ୍ତଙ୍କ ସୁବିଧା ନିମନ୍ତେ ଅସ୍ଥାୟୀ ଆଶ୍ରୟସ୍ଥଳ ଓ ଅସ୍ଥାୟୀ ପରିସ୍ରାଗାର ବ୍ୟବସ୍ଥା ହୋଇଛି ।

ପୁରୀ ଏସ୍‌ପି କେ. ବିଶାଲ ସିଂହ, ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସ୍‌ଡିପିଓ ଦେବଦତ୍ତ ବରାଳ ଓ ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ପ୍ରସ୍ତୁତି ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ସମସ୍ତ ପୁଲିସ ବ୍ୟବସ୍ଥାକୁ ଦୁଇଜଣ ଅତିରିକ୍ତ ଏସ୍‌ପି ତଦାରଖ କରୁଛନ୍ତି। ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ ନିମନ୍ତେ ବରିଷ୍ଠ ନାଗରିକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସ୍ଥାନୀୟ କୋର୍ଟ ଉପର ପଡ଼ିଆଠାରୁ ମନ୍ଦିର ପର୍ଯ୍ୟନ୍ତ ୪ଟି ବ୍ୟାଟେରୀ ଚାଳିତ ଯାନର ବ୍ୟବସ୍ଥା ହୋଇଛି । ଭକ୍ତମାନେ ଏହି ଗାଡ଼ିରେ ବିନା ମୂଲ୍ୟରେ ଯିବାଆସିବା କରିବା ନିମନ୍ତେ ସୁବିଧା କରାଯାଇଛି ।

Leave A Reply

Your email address will not be published.