ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଆଜି ଭାରତ-ଜିମ୍ବାୱେ ମୁକାବିଲା

0

ମେଲ୍‌ବର୍ଣ୍ଣ: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍‌ରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଜିମ୍ବାୱେକୁ ଭେଟିବ। ମେଲବର୍ଣ୍ଣରେ ଅପରାହ୍ନ୧.୩୦ ମିନିଟ୍‌ରେ ଏହି ମ୍ୟାଚ୍ ଖେଳାଯିବ। ସେମିଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ମ୍ୟାଚ ଜିତିବାକୁ ପଡିବ। ତେବେ ଜିମ୍ବାୱେ ସେମି ରେସ୍‌ରୁ ବାଦ୍ ପଡିସାରିଛି। ଜିମ୍ବାୱେ ବିପକ୍ଷ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଗତକାଲି ନେଟ୍‌ରେ ଜୋରଦାର ଅଭ୍ୟାସ କରିଛନ୍ତି।

ସୂଚନାନୁସାରେ; ଅପରାହ୍ନ ୧.୩୦ରେ ଭାରତ ଖେଳିବ ଜିମ୍ବାୱେ ସହିତ ମେଲ୍‌ବର୍ଣ୍ଣର ଐତିହାସିକ ଷ୍ଟାଡିୟମ୍‌ରେ। ଭାରତ ଓ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲ୍‌ର ପ୍ରଥମ ଦୁଇ ସ୍ଥାନରେ ରହିଥିବା ବେଳେ ଅପେକ୍ଷାକୃତ ସହଜ ପ୍ରତିଦ୍ବନ୍ଦ୍ବୀଙ୍କୁ ସମ୍ମୁଖୀନ ହେଉଥିବାରୁ ସେମିଫାଇନାଲ୍ ଯିବା ସମ୍ଭାବନା ଅଧିକ। କିନ୍ତୁ ସକାଳେ ବାଂଲାଦେଶଠୁ ପାକିସ୍ତାନ ଜିତିଲେ ଅପରାହ୍‌ଣରେ ଭାରତକୁ ନିଶ୍ଚିତ ବିଜୟ ଆବଶ୍ୟକ ପଡ଼ିବ। ଭାରତର ପରାଜୟ କିନ୍ତୁ ପାକିସ୍ତାନ ପାଇଁ ବାଟ ଫିଟାଇବାର ସମ୍ଭାବନା ରଖିବ। ଏପରିକି ନେଦରଲାଣ୍ଡ୍ସଠାରୁ ଦକ୍ଷିଣ ଆଫ୍ରିକା ହାରିଗଲେ ଭାରତ ଓ ପାକିସ୍ତାନ ଉଭୟ ବିଜୟ ସହିତ ସେମିଫାଇନାଲ୍ ଯିବାର ସମ୍ଭାବନା ରହିଛି। ଦକ୍ଷିଣ ଆଫ୍ରିକା, ପାକିସ୍ତାନର ପରାଜୟ ମଧ୍ୟ ଭାରତ ଓ ବାଂଲାଦେଶକୁ ଆଗକୁ ନେଇଯିବାର ବିକଳ୍ପ ରହିଛି।ତେବେ ଭାରତ କେବଳ ସେମିଫାଇନାଲ୍ ଯୋଗ୍ୟତା ନୁହେଁ ଏହି ମ୍ୟାଚ୍‌କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଭାବେ ନେଇଛି। 

Leave A Reply

Your email address will not be published.