ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଜି ଭାରତ-ଜିମ୍ବାୱେ ମୁକାବିଲା

0

ମେଲ୍‌ବର୍ଣ୍ଣ: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍‌ରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଜିମ୍ବାୱେକୁ ଭେଟିବ। ମେଲବର୍ଣ୍ଣରେ ଅପରାହ୍ନ୧.୩୦ ମିନିଟ୍‌ରେ ଏହି ମ୍ୟାଚ୍ ଖେଳାଯିବ। ସେମିଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ମ୍ୟାଚ ଜିତିବାକୁ ପଡିବ। ତେବେ ଜିମ୍ବାୱେ ସେମି ରେସ୍‌ରୁ ବାଦ୍ ପଡିସାରିଛି। ଜିମ୍ବାୱେ ବିପକ୍ଷ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଗତକାଲି ନେଟ୍‌ରେ ଜୋରଦାର ଅଭ୍ୟାସ କରିଛନ୍ତି।

ସୂଚନାନୁସାରେ; ଅପରାହ୍ନ ୧.୩୦ରେ ଭାରତ ଖେଳିବ ଜିମ୍ବାୱେ ସହିତ ମେଲ୍‌ବର୍ଣ୍ଣର ଐତିହାସିକ ଷ୍ଟାଡିୟମ୍‌ରେ। ଭାରତ ଓ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲ୍‌ର ପ୍ରଥମ ଦୁଇ ସ୍ଥାନରେ ରହିଥିବା ବେଳେ ଅପେକ୍ଷାକୃତ ସହଜ ପ୍ରତିଦ୍ବନ୍ଦ୍ବୀଙ୍କୁ ସମ୍ମୁଖୀନ ହେଉଥିବାରୁ ସେମିଫାଇନାଲ୍ ଯିବା ସମ୍ଭାବନା ଅଧିକ। କିନ୍ତୁ ସକାଳେ ବାଂଲାଦେଶଠୁ ପାକିସ୍ତାନ ଜିତିଲେ ଅପରାହ୍‌ଣରେ ଭାରତକୁ ନିଶ୍ଚିତ ବିଜୟ ଆବଶ୍ୟକ ପଡ଼ିବ। ଭାରତର ପରାଜୟ କିନ୍ତୁ ପାକିସ୍ତାନ ପାଇଁ ବାଟ ଫିଟାଇବାର ସମ୍ଭାବନା ରଖିବ। ଏପରିକି ନେଦରଲାଣ୍ଡ୍ସଠାରୁ ଦକ୍ଷିଣ ଆଫ୍ରିକା ହାରିଗଲେ ଭାରତ ଓ ପାକିସ୍ତାନ ଉଭୟ ବିଜୟ ସହିତ ସେମିଫାଇନାଲ୍ ଯିବାର ସମ୍ଭାବନା ରହିଛି। ଦକ୍ଷିଣ ଆଫ୍ରିକା, ପାକିସ୍ତାନର ପରାଜୟ ମଧ୍ୟ ଭାରତ ଓ ବାଂଲାଦେଶକୁ ଆଗକୁ ନେଇଯିବାର ବିକଳ୍ପ ରହିଛି।ତେବେ ଭାରତ କେବଳ ସେମିଫାଇନାଲ୍ ଯୋଗ୍ୟତା ନୁହେଁ ଏହି ମ୍ୟାଚ୍‌କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଭାବେ ନେଇଛି। 

Leave A Reply

Your email address will not be published.