ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଆର୍ଥିକ ଅନଗ୍ରସରଙ୍କ ସଂରକ୍ଷଣ ଉପରେ ମୋହର ଲଗାଇଲେ ସୁପ୍ରିମ କୋର୍ଟ

0

ନୂଆଦିଲ୍ଲୀ; ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ସଂରକ୍ଷଣ ଉପରେ ମୋହର ଲଗାଇଲେ ସୁପ୍ରିମ କୋର୍ଟ । ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ।

ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ୭ ଦିନ ଧରି ମାମଲାର ଶୁଣାଣି କରିବା ପରେ ଗତ ୨୭ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ୫ ଜଣିଆ ଖଣ୍ଡପୀଠରୁ ୪ ଜଣ ଜଜଙ୍କ ସହମତି ଜଣାଇବା ପରେ ଏହି ମୋହର ଲଗାଇଛନ୍ତି ସୁପ୍ରିମକୋର୍ଟ । ସମ୍ବିଧାନର ଧାରା ୧୦୩ ସଂରକ୍ଷଣ ଅଧିନିୟମର ଏହା ବିରୋଧ କରୁଛି କି ନାଁ ଏହାକୁ ନେଇ ୫ଜଣ ବିଚାରପତିଙ୍କ ମଧ୍ୟରେ ଯୁକ୍ତି ହୋଇଥିଲେ । ଶେଷରେ ୫ଜଣଙ୍କ ମଧ୍ୟରୁ ୪ଜଣ ବିଚାରପତି ଇଡବ୍ଲୁଏସ୍ ସଂରକ୍ଷଣକୁ ଉଚିତ ବୋଲି ଯୁକ୍ତି ବାଢିଥିଲେ । ତେବେ ସମାଜର ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ବିଶେଷ ସଂରକ୍ଷଣ ସାମ୍ବିଧାନିକ ନିୟମକୁ ଉଲଂଘନ କରୁନାହିଁ ବୋଲି ଯୁକ୍ତି ବାଢିବା ଏହାକୁ ସମର୍ଥନ ଦେଇଥିଲେ । ଜଷ୍ଟିସ୍ ଦିନେଶ ମାହେଶ୍ୱରୀ, ଜଷ୍ଟିସ୍ ବେଲା ତ୍ରିବେଦୀଙ୍କ ସମେତ ୪ଜଣ ଜଷ୍ଟିସ୍ ଏହା ଉପରେ ସହମତି ପ୍ରକାଶ କରିବା ପରେ ଏହି ମାମଲାରେ ମୋହର ଲାଗିଛି ।

ସୂଚନାଯୋଗ୍ୟ: ଆର୍ଥିକ ଅନଗ୍ରସର ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ କରିଥିଲେ କେନ୍ଦ୍ର ସରକାର । ଏଥିପାଇଁ ସମ୍ବିଧାନରେ ୧୦୩ ତମ ସଂଶୋଧନ କରାଯାଇଥିଲା । ଇଡବ୍ଲୁଏସ କୋଟାକୁ ତାମିଲନାଡୁର ଶାସକ ଦଳ ଡିଏମକେ ଓ କିଛି ସଂଗଠନ ଅଣସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ୨୦୨୨ ମସିହା ସେପ୍ଟେମ୍ବର ୧୩ ତାରିଖରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ଆବେଦନକାରୀ ଓ ପ୍ରତିପକ୍ଷଙ୍କ ସବୁ ଦଲିଲ ଶୁଣିବା ପରେ ସେପ୍ଟେମ୍ବର ୨୭ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ଯାହାର ଚୂଡ଼ାନ୍ତ ରାୟ ଆଜି ଆସିଛି। ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ସଂରକ୍ଷଣ ବ୍ୟବସ୍ଥାର ବୈଧତା ନେଇ ରାୟ ଦେଇଛନ୍ତି।ଆବେଦନରେ କୁହାଯାଇଥିଲା ଯେ ଏସଟି,ଏସସି ଏବଂ ଓବିସି ରେ ମଧ୍ୟ ଗରିବ ଲୋକ ଅଛନ୍ତି । ତେବେ ଏହି ସଂରକ୍ଷଣରେ କେବଳ ସାଧାରଣ ବର୍ଗର ଲୋକଙ୍କୁ କାହିଁକି ଲାଭ ଦିଆଯାଉଛି । ଏହାଛଡା ଏହା ସଂରକ୍ଷଣର ୫୦ ପ୍ରତିଶତ ନିୟମକୁ ମଧ୍ୟ ଉଲଂଘନ କରୁଛି ।

Leave A Reply

Your email address will not be published.