ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଆସନ୍ତା କାଲି ଚନ୍ଦ୍ରଗ୍ରହଣ, କଣ କହୁଛି ଜ୍ୟୋତିଷଶାସ୍ତ୍ର..

0

ପୁରୀ; ଆସନ୍ତା କାଲି ଅର୍ଥାତ୍ ତା୦୮-୧୧-୨୦୨୨ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ହେଉଥିବା ରାହୁଗ୍ରସ୍ତ ପୂର୍ଣ୍ଣଗ୍ରାସ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଓଡ଼ିଶା ଓ ଭାରତକୁ ଦୃଶ୍ୟ ହେବ । କିନ୍ତୁ ଆଂଶିକ ଓ ସଂପୂର୍ଣ୍ଣ ଗ୍ରହଣର ଆରମ୍ଭ ପର୍ଯ୍ୟାୟ ଚନ୍ଦ୍ରୋଦୟ ପୂର୍ବରୁ ଘଟୁଥିବାରୁ ଭାରତରେ ଦୃଶ୍ୟମାନ ହେବ ନାହିଁ। ଦେଶର ପୂର୍ବାଞ୍ଚଳରେ ଗ୍ରହଣର ଉଭୟ ସମ୍ପୂର୍ଣ୍ଣ ଓ ଆଂଶିକ ପର୍ଯ୍ୟାୟର ଶେଷ ଦୃଶ୍ୟମାନ ହେଉଥିବା ବେଳେ ଅନ୍ୟ ଅଞ୍ଚଳରେ ଆଂଶିକ ଗ୍ରହଣର ଶେଷ ବା ସର୍ବମୋକ୍ଷ ଦୃଶ୍ୟ ହେବ। ଭାରତ ଛଡ଼ା ଦକ୍ଷିଣ ଆମେରିକା, ଉତ୍ତର ଆମେରିକା, ଅଷ୍ଟ୍ରେଲିଆ, ଏସିଆ, ଉତ୍ତର ଆଟଲାଣ୍ଟିକ୍ ମହାସାଗର ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଗ୍ରହଣ ଦୃଶ୍ୟ ହେବ। ଗ୍ରହଣ ଲାଗିସାରିବା ପରେ ମଧ୍ୟ ଦେଖାଯିବା ନ ଯିବା ଦୁଇଟି ଜିନିଷ ଉପରେ ନିର୍ଭର କରୁଛି। ତାହା ହେଉଛି ସୂର୍ଯ୍ୟାସ୍ତ ଓ ଚନ୍ଦ୍ରୋଦୟ। ଚନ୍ଦ୍ର ଉଦୟ ନ ହେଲେ ଏବଂ ସୂର୍ଯ୍ୟ ଅସ୍ତ ନ ହେଲେ ଚନ୍ଦ୍ରଗ୍ରହଣ ଦେଖାଯାଏ ନାହିଁ।

  • ଗ୍ରହଣ ସ୍ପର୍ଶ ବା ଆଂଶିକ ଗ୍ରହଣ ଆରମ୍ଭ: ଦିବା ୦୨:୩୯:୧୪। ଦିନବେଳା ହେତୁ ଏହା ଅଦୃଶ୍ୟ ରହିବ।
  • ପୂର୍ଣ୍ଣଗ୍ରାସ ଆରମ୍ଭ: ଦିବା ୦୩:୪୬:୦୮। ଦିନବେଳା ହେତୁ ଏହା ଅଦୃଶ୍ୟ ରହିବ।
  • ପୁରୀକୁ ଚନ୍ଦ୍ରୋଦୟ: ସନ୍ଧ୍ୟା ୦୫:୦୬।
  • ପୁରୀକୁ ସୂର୍ଯ୍ୟାସ୍ତ: ୦୫:୦୯:୧୪।
  • ପୁରୀକୁ ଗ୍ରହଣ ଦୃଶ୍ୟାରମ୍ଭ: ସନ୍ଧ୍ୟା ୦୫:୦୯:୧୪।
  • ପୂର୍ଣ୍ଣଗ୍ରାସ ଶେଷ: ସନ୍ଧ୍ୟା ୦୫:୧୧:୩୯ ।
  • ଗ୍ରହଣ ସର୍ବମୋକ୍ଷ ବା ଆଂଶିକ ଗ୍ରହଣ ଶେଷ: ସନ୍ଧ୍ୟା ୦୬:୧୯:୦୭ ।
  • ପୁରୀକୁ ଗ୍ରହଣ ଦୃଶ୍ୟକାଳ ଅବଧି: ଘ୦୧:୧୩:୦୭ସେ ।
  • ଅନ୍ନଭୋଜନ ଓ ଦେବନୀତି: ଗ୍ରସ୍ତୋଦୟ ହେତୁ ଗ୍ରହଣ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ପୂର୍ବ ରାତ୍ରି ଘ୦୫:୦୯:୧୪ଠାରୁ ପାକତ୍ୟାଗ, ଅନ୍ନଭୋଜନ ଓ ଦେବନୀତି ନିଷେଧ । ବାଳକ, ବୃଦ୍ଧ, ଆତୁର, ରୋଗୀମାନଙ୍କ ପକ୍ଷେ ନିୟମ ଲଂଘନୀୟ । ତେଣୁ ପୂର୍ବ ରାତ୍ରିରୁ ପାଗତ୍ୟାଗ କରଣୀୟ ।
  • ଗ୍ରହଣଦର୍ଶନେ ଶୁଭାଶୁଭ: ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା ରାଶିର ଏବଂ ଦ୍ୱିଜା, ମୃଗଶିରା, ପୂର୍ବାଫାଲ୍ଗୁନୀ, ଚିତ୍ରା, ପୂର୍ବାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ବ୍ୟକ୍ତିଙ୍କର ଗ୍ରହଣ ଦର୍ଶନେ ଅଶୁଭ । ଏତଦ୍ଭିନ୍ନ ରାଶି ଓ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଶୁଭ ।
  • ଗ୍ରହଣସ୍ପର୍ଶେ ସ୍ନାନମନ୍ତ୍ର: ସ୍ୱସ୍ଥାନଂ ଗମ୍ୟତାଂ ରାହୋ ତ୍ୟଜତାଂ ଚନ୍ଦ୍ରସଂଗମଃ । କର୍ମଚାଣ୍ଡାଳଯୋନେ ତ୍ୱଂ ମମପାପଂ କ୍ଷୟଂ କୁରୁ ।
  • ଗ୍ରହଣମୋକ୍ଷେ ସ୍ନାନମନ୍ତ୍ର: ଯଥାପଦୋ ବିମୁକ୍ତୋଽସି ରାହୋର୍ବଦନ-ସଂକଟାତ୍ । ତଥା ତ୍ୱଂ ରୋହିଣୀକାନ୍ତ ଆପଦୋ ମାଂ ବିମୋଚୟ ।।
  • ସୂର୍ଯ୍ୟାର୍ଘ୍ୟଦାନ ମନ୍ତ୍ର: ନିଶାନାଥ ନମସ୍ତୁଭ୍ୟଂ ରାହୁଗ୍ରହରିପୋ ପ୍ରଭୋ । ଅର୍ଘ୍ୟଂ ଦଦାମି ଦେବେଶ ରାହୁଗ୍ରହ ବିମୋଚନାତ୍ ।।

ଏହା ପୂର୍ବରୁ କାର୍ତ୍ତିକ ଅମାବାସ୍ୟାରେ ଅକ୍ଟୋବର ୨୫ ତାରିଖରେ ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ ସଂଘଟିତ ହୋଇଯାଇଛି। ମାସକ ଭିତରେ ଲାଗ ଲାଗ ଦୁଇଟି ଗ୍ରହଣ ଓ ପରାଗ ପଡ଼ିଲେ ତାହା ଦେଶ ପ୍ରତି (ଯେଉଁସବୁ ଦେଶରେ ଦୃଶ୍ୟ) ବିପଦ ସୂଚକ ହୋଇଥାଏ। ରାଷ୍ଟ୍ରମୁଖ୍ୟ ତଥା ଜନସାଧାରଣଙ୍କ ପ୍ରତି ବିପଦ ହୋଇଥାଏ। ୟୁକ୍ରେନରେ ଯୁଦ୍ଧ ଚାଲିଛି। ସବୁ ଦେଶ ନିଜନିଜର ଯୁଦ୍ଧ ଖର୍ଚ୍ଚ ଓ ପ୍ରସ୍ତୁତି ବଢ଼ାଇ ଦେଇଛନ୍ତି। ଅଦିନିଆ ବର୍ଷା, ବନ୍ୟା, ଝଡ଼ ଆଦି ପରେ ଗୁଜରାଟର ମୋର୍ବି ଝୁଲାପୋଲ ଦୁର୍ଘଟଣା ଏକ କମ୍ ବଡ଼ ବିପଦ ନୁହେଁ। ଦକ୍ଷିଣକୋରିଆ ହଲୋୱିନ ପାର୍ଟି ଦଳାଚକଟା, ଇରାନରେ ହିଜାବ ଆନ୍ଦୋଳନକୁ ନେଇ ହିଂସାକାଣ୍ଡ ଆଦି ଘଟଣାର ଅନ୍ତ ନାହିଁ। ୟୁକ୍ରେନ ଯୁଦ୍ଧର ଗତି କୁଆଡ଼କୁ ଯାଉଛି ବିଶାରଦମାନେ କହିପାରୁ ନାହାନ୍ତି। ଆଗକୁ ଛଅମାସ ଭିତରେ ବି ବଡ଼ ବିପଦ ଆସିବା ଅସମ୍ଭବ ନୁହେଁ। ତେଣୁ ଲୋକମାନେ ଅଧ୍ୟାତ୍ମବାଦୀ ହୋଇ ସତର୍କ ରହିବା ଉଚିତ।

ଯେକୌଣସି ପ୍ରକାର ଦୈବୀ ଦୁର୍ବିପାକ ଓ ବିପଦ-ଆପଦକୁ ଟାଳିବା ପାଇଁ ସାମୂହିକ ପ୍ରାର୍ଥନା, ଜପତପର ଆବଶ୍ୟକତା ରହିଛି। ସେଥିପାଇଁ ଗ୍ରହଣ-ଉପରାଗ ସମୟରେ ଜପତପ ଓ ମନ୍ତ୍ରତନ୍ତ୍ର ସାଧନାର ବିଧି ଅଛି। ଜପତପ ଓ ସାଧନା ପାଇଁ ପେଟ ଖାଲି ରହିବା ଦରକାର। ପେଟ ଭାରୀ ରହିଲେ ମୁଣ୍ଡରୁ ରକ୍ତସଂଚାଳନ ପେଟ ଆଡ଼କୁ ଯିବ ଏବଂ ମନଟା ଯାଇ ପେଟରେ ରହିବ। ଦୁଇ ଭ୍ରୂଲତାର ମଝି ଓ ନାସିକାର ଅଗ୍ରଭାଗସ୍ଥ ଆଜ୍ଞାଚକ୍ରରେ ମନ ରହିବ ନାହିଁ। ତେଣୁ ଜପତପ କରିହେବ ନାହିଁ। ସେଥିପାଇଁ ଗ୍ରହଣ-ଉପରାଗ ସମୟରେ ପେଟ ଖାଲି ରଖିବା ପାଇଁ ଆର୍ଯ୍ୟଋଷିମାନେ ନିୟମ ପ୍ରଣୟନ କରିଛନ୍ତି। ଯେଉଁମାନେ ସେମାନେ ତା’ର ସୁଫଳ ପାଇବେ, ଯେଉଁମାନେ ମାନିବେ ନାହିଁ ସେମାନେ ସେଥିରୁ ବଞ୍ଚିତ ହେବେ। ନିୟମ କାହାକୁ ମାନିବା ପାଇଁ ବାଧ୍ୟ କରେ ନାହିଁ।

Leave A Reply

Your email address will not be published.