ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ବୈକୁଣ୍ଠ ଚତୁର୍ଦ୍ଦଶୀରେ ଶ୍ରୀଜିଉଙ୍କ ଡାଳିକିଆ ବେଶ ସହ ଧବଳେଶ୍ବରଙ୍କ ରାଜାରାଜେଶ୍ବର ବେଶ

0

ପୁରୀ; ଆଜି କାର୍ତ୍ତିକ ମାସ ଚତୁର୍ଦ୍ଦଶୀରେ ରେ ଶ୍ରୀଜିଉଙ୍କର ଚିତାକର୍ଷକ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ ହୋଇଛି ।ବାଙ୍କଚୁଡ଼ା ଓ ତ୍ରିବିକ୍ରମ ବେଶ ବେଳେ ମହାପ୍ରଭୁଙ୍କ ଠାରେ ଲାଗି ହୋଇଥିବା ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ଲକ୍ଷ୍ମୀନୃସିଂହ ବେଶରେ ମଧ୍ୟ ଲାଗିଥାଏ। ଏହି ବେଶରେ ମହାପ୍ରଭୁ ମସ୍ତକରେ ସ୍ୱର୍ଣ୍ଣ ଖଚିତ କିଆରେ ସୁସଜ୍ଜିତ ହୋଇଛନ୍ତି । ଶ୍ରୀମନ୍ଦିରରେ ନୀତି ସରିବା ପରେ ସିଂହାରୀ ସେବକମାନେ ମହାପ୍ରଭୁଙ୍କୁ ଏହି ବେଶରେ ଶୃଙ୍ଗାର କରିଥାନ୍ତି । ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭୋରରୁ ଦ୍ୱାର ଫିଟିବା ପରେ ନୀତି ଆଗକୁ ଆଗକୁ ବଢ଼ି ଚାଲିଛି । ଲକ୍ଷ୍ମୀ ନୃସିଂହ ବେଶରେ ମଧ୍ୟ ମହାପ୍ରଭୁ ମହଣ ମହଣ ସୁବର୍ଣ୍ଣ ଆଭୁଷଣ ପରିଧାନ କରିଥାନ୍ତି ।

ଶଙ୍ଖଚକ୍ର, ହଳମୂଷଳ ଧାରଣ କରିଥାନ୍ତି । ବଡ଼ ଏକାଦଶୀରେ ଲକ୍ଷ୍ମୀ ନାରାୟଣ ହୋଇଥିବା ବେଳେ ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ ହୋଇଥିଲା । ରବିବାର ତ୍ରୟୋଦଶ ତିଥିରେ ତ୍ରିବିକ୍ରମ ବେଶ ଓ ଆଜି ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନ କରୁଛନ୍ତି ଭକ୍ତ । ସେପଟେ ଆସନ୍ତାକାଲି ହେଉଛି ପଞ୍ଚକର ଶେଷ ଦିନ ଅର୍ଥାତ୍ କାର୍ତିକ ପୂର୍ଣ୍ଣିମା । ଏହି ତିଥିରେ ଶ୍ରୀଜିଉ ସ୍ୱର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହେବା ସହ ରାଜରାଜେଶ୍ୱର ବା ରାଜାଧିରାଜ ବେଶରେ ଦର୍ଶନ ଦେବେ । ହେଲେ ମଙ୍ଗଳବାର ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଦର୍ଶନ ପାଇଁ କଟକଣା ରହିଛି । ଅନ୍ତିମ ଦିନ କାର୍ତ୍ତିକ ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ।

ସେପଟେ ଆଜି କାର୍ତ୍ତିକ ମାସର ଶେଷ ସୋମବାର ବୈକୁଣ୍ଠ ଚତୁର୍ଦ୍ଦଶୀରେ ରାଜାରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଏହାସହିତ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ପ୍ରସିଦ୍ଧ ଗଜଭୋଗ ଓ ତରଣ। ବଡ଼ ଓଷାର ଅବସରରେ ପୂଜକ ସମାଜ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇ ମଧ୍ୟରାତ୍ରୀରେ ତ୍ରୟୋଦଶୀ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ଏହି ଗଜଭୋଗ ଓ ତରଣ ମହାଦେବଙ୍କୁ ଅର୍ପଣ କରାଯାଇଛି ।

ଆଜି ବାବା ବଡ଼ସିଂହାର ସହ ରାଜେରାଜଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଜି ଭୋର ୪ଟାରୁ ପହଡ଼ ଖୋଲା ଯାଇ ମଙ୍ଗଳ ଆଳତୀ ପରେ ସମସ୍ତ ନୀତିକାନ୍ତି ହୋଇଥିଲା। ଏହାପରେ ବାବାଙ୍କୁ ବଡ଼ସିଂହାର ବେଶରେ ସୁସଜ୍ଜିତ କରାଯାଇ ଦର୍ଶନ ପାଇଁ ଦ୍ୱାର ଫିଟା ଯାଇଥିଲା। ଏଥିସହିତ ଶ୍ରଦ୍ଧାଳୁଙ୍କୁ ଗଜଭୋଗ ବିତରଣ କରାଯାଉଛି। କିନ୍ତୁ ବଡ଼ ଓଷାରେ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ଅନୁମତି ନଥିବାରୁ ଏବଂ ପୀଠରେ ୧୪୪ଧାରା ଲାଗୁ କରାଯାଇଥିବାରୁ ଭର୍ଚୁଆଲ ମଧ୍ୟମରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରିଛି।

Leave A Reply

Your email address will not be published.