ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଆର୍ଥିକ ଅନଗ୍ରସରଙ୍କ ସଂରକ୍ଷଣ ଉପରେ ମୋହର ଲଗାଇଲେ ସୁପ୍ରିମ କୋର୍ଟ

0

ନୂଆଦିଲ୍ଲୀ; ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ସଂରକ୍ଷଣ ଉପରେ ମୋହର ଲଗାଇଲେ ସୁପ୍ରିମ କୋର୍ଟ । ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ।

ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ୭ ଦିନ ଧରି ମାମଲାର ଶୁଣାଣି କରିବା ପରେ ଗତ ୨୭ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ୫ ଜଣିଆ ଖଣ୍ଡପୀଠରୁ ୪ ଜଣ ଜଜଙ୍କ ସହମତି ଜଣାଇବା ପରେ ଏହି ମୋହର ଲଗାଇଛନ୍ତି ସୁପ୍ରିମକୋର୍ଟ । ସମ୍ବିଧାନର ଧାରା ୧୦୩ ସଂରକ୍ଷଣ ଅଧିନିୟମର ଏହା ବିରୋଧ କରୁଛି କି ନାଁ ଏହାକୁ ନେଇ ୫ଜଣ ବିଚାରପତିଙ୍କ ମଧ୍ୟରେ ଯୁକ୍ତି ହୋଇଥିଲେ । ଶେଷରେ ୫ଜଣଙ୍କ ମଧ୍ୟରୁ ୪ଜଣ ବିଚାରପତି ଇଡବ୍ଲୁଏସ୍ ସଂରକ୍ଷଣକୁ ଉଚିତ ବୋଲି ଯୁକ୍ତି ବାଢିଥିଲେ । ତେବେ ସମାଜର ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ବିଶେଷ ସଂରକ୍ଷଣ ସାମ୍ବିଧାନିକ ନିୟମକୁ ଉଲଂଘନ କରୁନାହିଁ ବୋଲି ଯୁକ୍ତି ବାଢିବା ଏହାକୁ ସମର୍ଥନ ଦେଇଥିଲେ । ଜଷ୍ଟିସ୍ ଦିନେଶ ମାହେଶ୍ୱରୀ, ଜଷ୍ଟିସ୍ ବେଲା ତ୍ରିବେଦୀଙ୍କ ସମେତ ୪ଜଣ ଜଷ୍ଟିସ୍ ଏହା ଉପରେ ସହମତି ପ୍ରକାଶ କରିବା ପରେ ଏହି ମାମଲାରେ ମୋହର ଲାଗିଛି ।

ସୂଚନାଯୋଗ୍ୟ: ଆର୍ଥିକ ଅନଗ୍ରସର ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ କରିଥିଲେ କେନ୍ଦ୍ର ସରକାର । ଏଥିପାଇଁ ସମ୍ବିଧାନରେ ୧୦୩ ତମ ସଂଶୋଧନ କରାଯାଇଥିଲା । ଇଡବ୍ଲୁଏସ କୋଟାକୁ ତାମିଲନାଡୁର ଶାସକ ଦଳ ଡିଏମକେ ଓ କିଛି ସଂଗଠନ ଅଣସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ୨୦୨୨ ମସିହା ସେପ୍ଟେମ୍ବର ୧୩ ତାରିଖରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ଆବେଦନକାରୀ ଓ ପ୍ରତିପକ୍ଷଙ୍କ ସବୁ ଦଲିଲ ଶୁଣିବା ପରେ ସେପ୍ଟେମ୍ବର ୨୭ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ଯାହାର ଚୂଡ଼ାନ୍ତ ରାୟ ଆଜି ଆସିଛି। ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ସଂରକ୍ଷଣ ବ୍ୟବସ୍ଥାର ବୈଧତା ନେଇ ରାୟ ଦେଇଛନ୍ତି।ଆବେଦନରେ କୁହାଯାଇଥିଲା ଯେ ଏସଟି,ଏସସି ଏବଂ ଓବିସି ରେ ମଧ୍ୟ ଗରିବ ଲୋକ ଅଛନ୍ତି । ତେବେ ଏହି ସଂରକ୍ଷଣରେ କେବଳ ସାଧାରଣ ବର୍ଗର ଲୋକଙ୍କୁ କାହିଁକି ଲାଭ ଦିଆଯାଉଛି । ଏହାଛଡା ଏହା ସଂରକ୍ଷଣର ୫୦ ପ୍ରତିଶତ ନିୟମକୁ ମଧ୍ୟ ଉଲଂଘନ କରୁଛି ।

Leave A Reply

Your email address will not be published.