ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ରାଜଧାନୀରୁ ହଟିଲା କଟକଣା

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲଗାତାର ପ୍ରଦୂଷଣ ମାତ୍ରା ବଢ଼ିବା ପରେ ଏବେ ଏଥିରେ ସାମାନ୍ୟ ବ୍ରେକ ଲାଗିଛି। ଫଳରେ ତିନି ଦିନ ତଳେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ଗତକାଲି ଦିଲ୍ଲୀର ପ୍ରଦୂଷଣ ମାତ୍ରାରେ ସାମାନ୍ୟ ସୁଧାର ଆସିଥିବା ବେଳେ ଆଜି ଏଠାକାର ଏଆଇକ୍ୟୁ ୩୪୭ ଥିବା ରେକର୍ଡ କରାଯାଇଛି। ସେହିପରି ନଏଡାରେ ମଧ୍ୟ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଥିବା ଦେଖିବାକୁ ମିଳିଛି। ଏଠାରେ ଏଆଇକ୍ୟୁ ୩୩୧ ରହିଛି। ସେହିପରି ଗୁରୁଗ୍ରାମରେ ମଧ୍ୟ ୩୦୯ ଥିବା ରେକର୍ଡ କରାଯାଇଛି।

ବର୍ତ୍ତମାନ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ମାତ୍ରା କମିଥିବାରୁ କଟକଣାକୁ ପ୍ରତ୍ୟାହାର କରିଦିଆଯାଇଛି । ଗ୍ରାପର ଚତୁର୍ଥ ପର୍ଯ୍ୟାୟ ପରେ ଦିଲ୍ଲୀ ସରକାର ପ୍ରାଥମିକ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରେ କାମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯଦିଓ କେନ୍ଦ୍ର ସରକାର କଟକଣା ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଦିଲ୍ଲୀ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଗ୍ରାପ-୪ ହଟାଇବା ପାଇଁ ସିଏକ୍ୟୁମର ନିଷ୍ପତିକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ । ଆଜି ମଧ୍ୟାହ୍ନରେ ଦିଲ୍ଲୀ ସଚିବାଳୟରେ ଏହି ବୈଠକ ବସିବ ।

କଟକଣା ହଟିବା ପରେ ଦିଲ୍ଲୀରେ ଏବେ ଟ୍ରକ ଏଣ୍ଟ୍ରି କରିପାରିବେ। କେବଳ ଏତିକି ନୁହେଁ ଅଣ ବିଏସ-୬ଡିଜେଲ ବାହନ ଉପରେ ଜାରି କଟକଣା ମଧ୍ୟ ପ୍ରତ୍ୟାହୃତ ହୋଇଛି। ଦିଲ୍ଲୀରେ ସବୁ ଉଦ୍ୟୋଗ ବନ୍ଦ ଲାଗି କରାଯାଇଥିବା ସୁପାରିଶ ମଧ୍ୟ ପ୍ରତ୍ୟାହାର ହୋଇଛି। ତେବେ ଅନାବଶ୍ୟକ ନିର୍ମାଣ ଗତିବିଧି ଯେପରିକି ଇଟା ଭାଟି ଉପରେ ଏବେବି କଟକଣା ବଳବତ୍ତର ରହିଛି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି।

Leave A Reply

Your email address will not be published.