ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଇଣ୍ଡୋନେସିଆ ଭୂମିକମ୍ପରେ ଗଲାଣି ୪୬ ଜୀବନ, ୭୦୦ ଆହତ

0

ଜାଭା: ଇଣ୍ଡୋନେସିଆର ମୁଖ୍ୟ ସହର ଜାଭାରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ମାତ୍ରା ରିକ୍ଟର ସ୍କେଲରେ ୫.୬ ରେକର୍ଡ଼ କରାଯାଇଥିବା ବେଳେ ଏଥିରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୭୦୦ ଜଣ ଆହତ ହୋଇଛନ୍ତି । ତେବେ ଏହି ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ କୋଠା ଭୁଶୁଡ଼ି ପଡ଼ିଥିବାରୁ ବହୁ ଲୋକେ ଭିତରେ ଫସି ରହିଛନ୍ତି। ସିଆଞ୍ଜୁର ପ୍ରଶାସନର ମୁଖ୍ୟଙ୍କ କହିବା ଅନୁଯାୟୀ, କେବଳ ଡାକ୍ତରଖାନାରେ ପ୍ରାୟ ୪୬ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଧ୍ୱଂଶବିଧ୍ୱସ୍ତ ହୋଇପଡ଼ିଥିବା କୋଠା ଭିତରେ ଅନେକ ଫସି ରହିଛନ୍ତି। ଏଥିପାଇଁ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ସୋମବାର ଜାକର୍ତ୍ତାଠାରୁ ୭୫ କିମି ଦୂର ଦକ୍ଷିଣରେ ଅବସ୍ଥିତ ସିଆଞ୍ଜୁର ଭୂକମ୍ପର କେନ୍ଦ୍ରସ୍ଥଳ ଜଣାପଡ଼ିଛି।ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଆଞ୍ଜୁରର କିଛି ଅଟ୍ଟାଳିକା ସମ୍ପୁର୍ଣ୍ଣ ଭାବରେ ଧୂଳିସାତ୍ ହୋଇଯାଇଛି। ଭୂକମ୍ପ ପରେ ୨୫ଟି ପ୍ରଭାବିତ ଅଞ୍ଚଳ ରେକର୍ଡ କରାଯାଇ ଥିବା କୁହାଯାଇଛି। ତେବେ ସୁନାମି ଆଶଙ୍କା ନଥିବା ପାଣିପାଗ ଏବଂ ଜିଓଫିଜିକ୍ସ ଏଜେନ୍ସି ପକ୍ଷରୁ କୂହାଯାଇଛି।

ନଭେମ୍ବର ୧୭ ତାରିଖରେ ଇଣ୍ଡୋନେସିଆର ବାଲିରେ ଭୁକମ୍ପ ଅନୂଭତ ହୋଇଥିଲା । ରେକ୍ଟର ସ୍କେଲରେ ଏହା ତ୍ରୀବତା ଥିଲା ୩.୮ । ଭୁକମ୍ପ ଝଟକାରେ ବାଲି ସମେତ ମାତଲମ, ଲୋମ୍ବୋକ, ନୁସା ତେଙ୍ଗାରା ଓ ଇଣ୍ଡୋନେସିଆ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଥିଲା । ଏହି ଭୁକମ୍ପରେ ଏବେ ସୁଦ୍ଧା ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ଶହରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ବଡ ଧରଣର କ୍ଷୟକ୍ଷତିରେ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି । ଭଙ୍ଗା ଅଟାଳିକା ତଳେ ଅନେକ ଲୋକ ଫଶି ରହିଥିବାବେଳେ ରେସ୍କ୍ୟୁ ଅପରେସନ ଜାରି ରହି

Leave A Reply

Your email address will not be published.