ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ମାଲଗାଡି ଲାଇନଚ୍ୟୁତ: ୩ ମୃତ

0

ଯାଜପୁର: ଯାଜପୁର କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ପ୍ଲାଟଫର୍ମ ଉପରକୁ ମାଡିଗଲା ୧୦ରୁ ଅଧିକ ବଗି । ଟିକେଟ୍ କାଉଣ୍ଟର ସହ ପାହାଚକୁ ମାଡ଼ିଗଲା ଟ୍ରେନ ବଗି । ଭଦ୍ରକରୁ କଟକ ଯିବା ବେଳେ କୋରେଇ ଷ୍ଟେସନରେ ମାଲବାହୀ ଗାଡ଼ିର ୧୦ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନକୁ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଚଢ଼ିଗଲା ଟ୍ରେନ୍ ବଗି । ବଗି ତଳେ ଚାପି ହୋଇଥିବା ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୪ଜଣ ଗୁରୁତର ଭାବେ ଉଦ୍ଧାର ହୋଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଥିବା ସୁଚନା ମିଳୁଛି।

ଗୁରୁତର ଆହତ ହୋଇଥିବା ୪ ଜଣଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମବାହିନୀ ଓ ଆରପିଏଫ କର୍ମଚାରୀ ନିୟୋଜିତ ଅଛନ୍ତି । ବଗି ଓ ଭଙ୍ଗା ଘରେ ଆହୁରି ଅନେକ ଚାପି ହୋଇରହିଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳକୁ ଯାଉଛନ୍ତି ବରିଷ୍ଠ ଅଧିକାରୀ।

Leave A Reply

Your email address will not be published.