ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଭିଜିଲାନ୍ସ ହାତରେ ୨ ସରକାରୀ କର୍ମଚାରୀ

0

ଭୁବନେଶ୍ବର; ଭିଜିଲାନ୍ସ କବଜାରେ ୨ ସରକାରୀ ବାବୁ । ମଙ୍ଗଳବାର ଲାଞ୍ଚ ନେବା ବେଳେ ଉଭୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅଫିସର ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ। ଅନ୍ୟ ଜଣେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା କୃଷି ବିଭାଗର କନିଷ୍ଠ କିରାଣି ଅଜୟ ପାଣ୍ଡେ। ବି. ନୂଆଗାଁର ଦଣ୍ଡପାଣି ସାହୁଙ୍କର ଘରବାରି ପଟ୍ଟା କରାଇ ଦେବା ପାଇଁ ଦଣ୍ଡପାଣିଙ୍କୁ ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ ୬ ହଜାର ଟଙ୍କା ମାଗିଥିଲେ। ଏନେଇ ଦଣ୍ଡପାଣି ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ଯୋଜନା ମୁତାବକ ଆଜି ସଞ୍ଜୟ କୋଦଳାର ଏକ ହୋଟେଲରେ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ କର୍ମଚାରୀମାନେ ଧରିଥିଲେ। ସଞ୍ଜୟ ୬ ହଜାର ଟଙ୍କା ସହ ଅଭିଯୋଗକାରୀଙ୍କ ଠାରୁ ବାଦାମ ଓ ମୁଗ ମଧ୍ୟ ଦେଇଥିଲେ। ସେହିପରି ଖରିଫ ଫସଲ ବୀମା କରାଇ ଦେବାକୁ ଜଣେ ଚାଷୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା କୃଷି ବିଭାଗର କନିଷ୍ଠ କିରାଣି ଅଜୟ ପାଣ୍ଡେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Leave A Reply

Your email address will not be published.