ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ମହିମା ଗାଦିରେ ଚାଲିଛି ଜବରଦଖଲ ଉଚ୍ଛେଦ

0

ଢ଼େଙ୍କାନାଳ; ବିଶ୍ଵପ୍ରସିଦ୍ଧ ଯୋରନ୍ଦାସ୍ଥିତ ମହିମା ଗାଦିରେ ଚାଲିଲା ଜେସିବି । ମହିମାପୀଠ ପରିସରରେ ଥିବା ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢ଼ା, କୌପୁନି ସମାଜର ବତୀ ମନ୍ଦିର, ଧୂନି ମନ୍ଦିର, ଟୁଙ୍ଗି ଘର ଆଦିକୁ ଭଙ୍ଗା ଯାଉଛି ।

ସୂଚନା ଅନୁଯାୟୀ, ମହିମା ପୀଠରେ ଥିବା ଉଭୟ ବକ୍କଳଧାରୀ ମହିମା ସମାଜ ଓ କୌପିନଧାରୀ ମହିମା ସମାଜ ମଧ୍ୟରେ ଏହି ମନ୍ଦିରକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା। ୧୯୪୫ ମସିହାରୁ ଏ ନେଇ ହାଇକୋର୍ଟରେ ମାମଲା ଚାଲିଥିଲା । ତେବେ, ଏହି ମନ୍ଦିରଗୁଡିକୁ କୌପିନଧାରୀ ମହିମା ସମାଜ ବ୍ୟବହାର କରୁଥିଲେ। ବକ୍କଳଧାରୀ ମହିମା ସମାଜ ପକ୍ଷରୁ ଏହି ଜାଗାକୁ ନେଇ କୋର୍ଟରେ କେସ୍ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଜାଗାକୁ ଖାଲି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଉପଜିଲ୍ଲାପାଳ ।

ତେବେ ଉପଜିଲ୍ଲାପାଳ ଓ ସ୍ୱତନ୍ତ୍ର ମାଜିଷ୍ଟ୍ରେଟେଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ୪ ପ୍ଲାଟନ ଫୋର୍ସ ମୁତୟନ କରାଯାଇଛି । ୨ଟି ଜେସିବି ସାହାଯ୍ୟରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି । ୧୯୪୩ ମସିହାରୁ ଜମି ବିବାଦ ଲାଗି ରହିଥିଲା । ଶେଷରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଆଜି ଜବରଦଖଲ ଉଚ୍ଛେଦ କରାଯାଉଛି ।

Leave A Reply

Your email address will not be published.