ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମହିମା ଗାଦିରେ ଚାଲିଛି ଜବରଦଖଲ ଉଚ୍ଛେଦ

0

ଢ଼େଙ୍କାନାଳ; ବିଶ୍ଵପ୍ରସିଦ୍ଧ ଯୋରନ୍ଦାସ୍ଥିତ ମହିମା ଗାଦିରେ ଚାଲିଲା ଜେସିବି । ମହିମାପୀଠ ପରିସରରେ ଥିବା ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢ଼ା, କୌପୁନି ସମାଜର ବତୀ ମନ୍ଦିର, ଧୂନି ମନ୍ଦିର, ଟୁଙ୍ଗି ଘର ଆଦିକୁ ଭଙ୍ଗା ଯାଉଛି ।

ସୂଚନା ଅନୁଯାୟୀ, ମହିମା ପୀଠରେ ଥିବା ଉଭୟ ବକ୍କଳଧାରୀ ମହିମା ସମାଜ ଓ କୌପିନଧାରୀ ମହିମା ସମାଜ ମଧ୍ୟରେ ଏହି ମନ୍ଦିରକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା। ୧୯୪୫ ମସିହାରୁ ଏ ନେଇ ହାଇକୋର୍ଟରେ ମାମଲା ଚାଲିଥିଲା । ତେବେ, ଏହି ମନ୍ଦିରଗୁଡିକୁ କୌପିନଧାରୀ ମହିମା ସମାଜ ବ୍ୟବହାର କରୁଥିଲେ। ବକ୍କଳଧାରୀ ମହିମା ସମାଜ ପକ୍ଷରୁ ଏହି ଜାଗାକୁ ନେଇ କୋର୍ଟରେ କେସ୍ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଜାଗାକୁ ଖାଲି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଉପଜିଲ୍ଲାପାଳ ।

ତେବେ ଉପଜିଲ୍ଲାପାଳ ଓ ସ୍ୱତନ୍ତ୍ର ମାଜିଷ୍ଟ୍ରେଟେଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ୪ ପ୍ଲାଟନ ଫୋର୍ସ ମୁତୟନ କରାଯାଇଛି । ୨ଟି ଜେସିବି ସାହାଯ୍ୟରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି । ୧୯୪୩ ମସିହାରୁ ଜମି ବିବାଦ ଲାଗି ରହିଥିଲା । ଶେଷରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଆଜି ଜବରଦଖଲ ଉଚ୍ଛେଦ କରାଯାଉଛି ।

Leave A Reply

Your email address will not be published.