ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବିଦେଶ ଯାତ୍ରୀଙ୍କୁ ଭରିବାକୁ ପଡିବନି ଏୟାର ସୁବିଧା ଫର୍ମ

0

ନୂଆଦିଲ୍ଲୀ: ବିଦେଶ ଯାତ୍ରୀମାନଙ୍କ ପାଇଁ ଏୟାର ସୁବିଧା ଫର୍ମ ପୂରଣ କରିବା ସର୍ତ୍ତକୁ ରଦ୍ଦ କରିଛନ୍ତି କେନ୍ଦ୍ର ସରକାର। ଏଣିକି ଆବଶ୍ୟକ ନାହିଁ ଏୟାର ସୁବିଧା ଫର୍ମ ପୂରଣ । ଏହି ବ୍ୟବସ୍ଥାକୁ ହଟାଇଛନ୍ତି କେନ୍ଦ୍ର ସରକାର । ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଫର୍ମ ପୂରଣ ଏହି ବ୍ୟବସ୍ଥାରେ ଥିଲା ବାଧ୍ୟତାମୂଳକ । କୋଭିଡ ସଂକ୍ରମଣ ପରଠାରୁ ବଳବତ୍ତର ଥିଲା ନିୟମ । ଭାରତ ଆସିବାକୁ ଥିବା ଯାତ୍ରୀମାନେ କୋଭିଡ ଟିକାକରଣ ନେଇ ଏକ ଆତ୍ମଘୋଷିତ ଫର୍ମ ପୂରଣ ଲାଗି ବ୍ୟବସ୍ଥା ଥିଲା । ଏଥିଲାଗି ସେମାନେ ଏୟାର ସୁବିଧା ପୋର୍ଟାଲ ପୂରଣ କରିବାକୁ ପଡୁଥିଲା । ତେବେ ବର୍ତ୍ତମାନ ଠାରୁ ଏହି ନିୟମକୁ ହଟାଇ ଦିଆଯାଇଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନାଯୋଗ୍ୟ; ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୋମବାର ସନ୍ଧ୍ୟାରେ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ, ବିଶ୍ୱ ତଥା ଜାତୀୟ ସ୍ତରରେ କୋଭିଡ -୧୯ ମାମଲାଗୁଡ଼ିକର କ୍ରମାଗତ ହ୍ରାସକୁ ଦୃଷ୍ଟିରେ ରଖି ଏବଂ କୋଭିଡ -୧୯ ଟୀକାକରଣ କଭରେଜରେ ଉଲ୍ଲେଖନୀୟ ଅଗ୍ରଗତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ‘ଆନ୍ତର୍ଜାତୀୟ ଆଗମନ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ’ ଜାରି କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନଲାଇନ୍ ଏୟାର ସୁଭିଧା ପୋର୍ଟାଲରେ ସେଲ୍ଫ-ଡିକ୍ଳାରେସନ୍‌ ଫର୍ମ ଦାଖଲକୁ ବନ୍ଦ କରି ଦିଆଯାଇଛି। ” ତଥାପି, ମନ୍ତ୍ରଣାଳୟ ଆହୁରି କହିଛି- ‘କୋଭିଡ -୧୯ ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ହେଲେ ଏହି ନିୟମର ସମୀକ୍ଷା କରାଯାଇପାରେ।’

Leave A Reply

Your email address will not be published.