ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପହାର

0

ନୂଆଦିଲ୍ଲୀ; ୭୧ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ। ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର । ମଙ୍ଗଳବାର ଅର୍ଥାତ୍ ଆଜି ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ନିଯୁକ୍ତିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ନିଯୁକ୍ତି ୟୁପିଏସସି, ଏସଏସସି ଓ ରେଲୱେରେ କରାଯାଉଛି । ସ୍ୱତନ୍ତ୍ର ଅନଲାଇନ୍ ସିଷ୍ଟମ ଦ୍ୱାରା ଖାଲି ପଦବୀ ଓ ନିଯୁକ୍ତି ପ୍ରକ୍ରିୟାର ଅନୁଧ୍ୟାନ କରାଯାଉଛି । ଖାସ୍ କରି ମହିଳା , ଦିବ୍ୟାଙ୍ଗ ଓ ଆଶାୟୀ ଜିଲ୍ଲାର ପ୍ରାର୍ଥୀ ମାନଙ୍କ ପାଇଁ ବିଶେଷ ଲାଭ ହୋଇପାରିବ । ଏହି ରୋଜଗାର ମେଳା ଅଧୀନରେ ୨୦୨୨ ଅକ୍ଟୋବରରେ ୭୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇସାରିଛି ।

ସୂଚନାମୁତାବକ ସୋମବାର ପିଏମଓ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ‘ନିଯୁକ୍ତି ମେଳା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଜଗାରକୁ ପ୍ରାଥମିକତା ଦେବା ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଏକ ପଦକ୍ଷେପ। ପିଏମଓ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ‘କର୍ମଯୋଗୀ ପ୍ରଭୁ ମଡ୍ୟୁଲ’ ଆରମ୍ଭ କରିବେ। ‘ଯୁବବର୍ଗ ସେମାନଙ୍କର ଜ୍ଞାନ, କୌଶଳ ଏବଂ ଦକ୍ଷତା ବୃଦ୍ଧି ପାଇଁ igotkarmayogi.gov.in ପ୍ଲାଟଫର୍ମରେ ଅନ୍ୟାନ୍ୟ ପାଠ୍ୟକ୍ରମ ଅନୁସନ୍ଧାନ କରିବାର ସୁଯୋଗ ପାଇବେ।

Leave A Reply

Your email address will not be published.