ପ୍ରମୁଖ ଖବର

ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା
ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶାରେ ପହଁଞ୍ଚିଲେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍
କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ

ମୁମ୍ବାଇ ଆକ୍ରମଣକୁ ପୁରିଲା ୧୪ ବର୍ଷ,ତଥାପି ଭୁଲି ନାହାନ୍ତି ଲୋକେ

0

ମୁମ୍ୱାଇ:  ଆଜକୁ ଠିକ୍ ୧୪ ବର୍ଷ ତଳେ ୨୬ ନଭେମ୍ୱର ୨୦୦୮ ସନ୍ଧ୍ୟା ସମୟରେ ପାକିସ୍ତାନୀ ଜୈଶ-ଏ-ମୋହମ୍ମଦର ୧୦ ସଇତାନ ଆତଙ୍କବାଦୀ ମୁମ୍ୱାଇରେ ଆକ୍ରମଣ କରିଥିଲେ। ବୋମା ଓ ଗୁଳି ବର୍ଷାରେ ଥରିଥିଲା ପୂରା ସହର। ଭାରତ ଇତିହାସରେ ସେହି କଳା ଦିନକୁ ଆଜି ବି କେହି ଭୁଲି ପାରିନାହାନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ୧୬୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ୯ ଆତଙ୍କୀ ବି ନିହତ ହୋଇଥିଲେ । ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୨୧ବର୍ଷୀୟ ପାକିସ୍ତାନୀ ଯୁବକ ଅଜମଲ ଅମୀର କସବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଟେରର ଆଟାକ ବେଳେ ୮୦ ଲୋକଙ୍କୁ କସାବ ହତ୍ୟା କରିଥିବା ପ୍ରମାଣିତ ହେବା ପରେ ତାକୁ ଫାଶୀ ଦଣ୍ଡ ଶୁଣାଇଥିଲେ ବମ୍ବେ ହାଇକୋର୍ଟ । ୨୧ ନଭେମ୍ବର ୨୦୧୨ରେ କସାବକୁ ୟେରଓ୍ବାଡା ସେଣ୍ଟ୍ରାଲ ଜେଲରେ ଫାଶି ଦିଆଯାଇଥିଲା ।

ସୂଚନାଯୋଗ୍ୟ; ଆକ୍ରମଣର ତିନି ଦିନ ପୂର୍ବରୁ ଅର୍ଥାତ ନଭେମ୍ୱର ୨୩ରେ କରାଚିର ସମୁଦ୍ର ପଥ ଦେଇ ଏକ ଯନ୍ତ୍ର ଚାଳିତ ଡଙ୍ଗାରେ ଏହି ଆତଙ୍କବାଦୀମାନେ ମୁମ୍ୱାଇରେ ପହଞ୍ଚିଥିଲେ। ସେମାନେ ଯେଉଁ ଡଙ୍ଗାରେ ଆସିଥିଲେ ତାହା ଭାରତୀୟ ଡଙ୍ଗା ଥିଲା। ସେଥିରେ ୪ ଜଣ ଭାରତୀୟ ରହିଥିଲେ। ସେମାନେ ଡଙ୍ଗାରୁ ଓହ୍ଲାଇବା ସମୟରେ ସେ ୪ ଭାରତୀୟଙ୍କୁ ମଧ୍ୟ ହତ୍ୟା କରିଥିଲେ। ଏହାପରେ ଆତଙ୍କବାଦୀମାନେ ରାତି ପ୍ରାୟ ୮ ଟା ସମୟରେ କଫ ପରେଡ ମାଛ ମାର୍କେଟ ନିକରେ ଓହ୍ଲାଇଥିଲେ। ସେଠାରେ ଆତଙ୍କବାଦୀମାନେ ୪ ଟି ଗ୍ରୁପରେ ବାଣ୍ଟି ଯାଇଥିଲେ। କୁହାଯାଇଥିଲା ଯେ ମାଛ ମାର୍କେଟ ନିକଟରେ ସେମାନେ ଓହ୍ଲାଇବା ପରେ ମାଛ ବ୍ୟବସାୟୀମାନଙ୍କୁ ସନ୍ଦେହ ହୋଇଥିଲା। ଏମିତିକି ମାଛ ବ୍ୟବସାୟୀମାନେ ଏହାର ସୂଚନା ସ୍ଥାନୀୟ ପୁଲିସକୁ ଦେଇଥିଲେ। ହେଲେ ପୁଲିସ ଏହାଉପରେ ଧ୍ୟାନ ଦେଇନଥିଲା।

ରାତି ପ୍ରାୟ ୯ ଟା ୩୦ ସମୟରେ ଛତ୍ରପତି ଶିବାଜୀ ରେଲୱେ ଟର୍ମିନାଲ ନିକଟରେ ଗୁଳିକାଣ୍ଡ ଘଟିବାର ସୂଚନା ମିଳିଥିଲା। ରେଲୱେ ଷ୍ଟେସନର ମୁଖ୍ୟ ହଲର ଦୁଇ ଆକ୍ରମଣକାରୀ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଆକ୍ରମଣକାରୀଙ୍କ ମଧ୍ୟରେ ମୋମ୍ମଦ ଅଜମଲ କସାବ ରହିଥିଲା। ଯାହାକୁ ଫାସି ଦିଆ ସରିଛି। ଦୁଇ ଆକ୍ରମଣକାରୀ ଏକେ-୪୭ ରାଇଫଲରେ ୧୫ ମିନିଟ ଗୁଳି ଚାଳନା କରିଥିଲେ ଯେଉଁଥିରେ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ।   

ଆତଙ୍କବାଦୀଙ୍କ ଏହି ଗୁଳିକାଣ୍ଡ କେବଳ ଶିବାଜୀ ଟର୍ମିନାଲ ନିକଟରେ ସିମିତ ନଥିଲା। ଦକ୍ଷିଣ ମୁମ୍ୱାଇ ଲିୟୋପୋଲ୍ଟ କ୍ୟାଫରେ ମଧ୍ୟ ଗୁଳି ଚାଳନା କରିଥିଲେ ଆତଙ୍କବାଦୀମାନେ। ଏଥିରେ ୧୦ ଜଣ ଲୋକଙ୍କ ପ୍ରାଣ ଯାଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଏହାପରେ ରାତି ପ୍ରାୟ ୧୦ ଟା ସମୟରେ ସୂଚନା ମିଳିଥିଲା ଯେ ବିଲେ ପାରଲେ ଅଞ୍ଚଳରେ ଏକ ଟ୍ୟାକ୍ସିକୁ ବୋମାରେ ଉଡ଼ାଇ ଦିଆଯାଇଛି। ଯେଉଁଥିରେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କ ଜୀବନ ଯାଇଥିଲା। ଏହାର ପ୍ରାୟ ୧୫  ରୁ ୨୦ ମିନିଟ ପୂର୍ବରୁ ବୋରିବନ୍ଦରେ ମଧ୍ୟ ଏହି ପ୍ରକାର ଆକ୍ରମଣ ଖବର ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ଟ୍ୟାକ୍ସି ଡ୍ରାଇଭର ଓ ଦୁଇ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ପ୍ରାୟ ୧୫ ଜଣ ଆହତ ହୋଇଥିଲେ।

ଏହାପରେ ମଧ୍ୟ ଭାରତୀୟ ଇତିହାସର ଭୟାଭୟ ଆତଙ୍କବାଦୀ ଆକ୍ରମଣ ଏତିକିରେ ଶେଷ ହୋଇନଥିଲା। ୨୬/୧୧ ରେ ମୁମ୍ୱାଇର ଦୁଇ ବଡ଼ ହୋଟେଲ ତାଜ, ଓବେରାୟ ଟ୍ରାଇଡ୍ରେଣ୍ଡ ହୋଟେଲ ଓ ନରୀମନ ହାଉସ ସାମିଲ ଥିଲା। ଯେତେବେଳେ ଆକ୍ରମଣ ହୋଇଥିଲା ସେତେବେଳେ ତାଜରେ ୪୫୦ ଓ ଓବେରାୟରେ ୩୮୦ ଲୋକ ରହିଥିଲେ। ଖାସକରି ଯେତେବେଳେ ତାଜ ହୋଟେଲରେ ଧୁଆଁ ବାହାରିଥିଲା ତାହା ମୁମ୍ୱାଇ ଆକ୍ରମଣର ପରିଚୟ ପାଇଥିଲା।

ତିନି ଦିନ ଧରି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ସେପଟେ ମୁମ୍ବାଇରେ ବିସ୍ଫୋରଣ, ଅଗ୍ନିକାଣ୍ଡ, ଗୁଳି ବିନିମୟ ଏବଂ ବନ୍ଧକ ରଖିବା ଘଟଣା ଘଟିଛି। ଏହାଉପରେ ବିଶ୍ୱର ସବୁ ଦେଶ ନଜର ରଖିଥିଲେ।

Leave A Reply

Your email address will not be published.