ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା

0

ନୂଆ ଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବରେ ନିଜ ମତ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଶେୟାର କରି ଅନେକ ପ୍ରଶ୍ନ ଉଠାଇଛନ୍ତି। ରାଘବ ଚଢା କହିଛନ୍ତି ଯେ ସେ ସଦା ସଂସଦରେ ସାଧାରଣ ଲୋକଙ୍କ ସ୍ବର ଭାବରେ ନିଜ ମତ ରଖିଆସୁଛନ୍ତି। “ମୁଁ ସଂସଦରେ ଜନସାଧାରଣଙ୍କ ସମସ୍ୟା ଉଠାଏ। କିନ୍ତୁ କ’ଣ ଏହା ଅପରାଧ? ମୁଁ କ’ଣ ଭୁଲ କରିଛି?” ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ପାର୍ଟି ପକ୍ଷରୁ ସଂସଦରେ ତାଙ୍କୁ କହିବାରୁ ବାରଣ କରାଯାଇଥିବା ସୂଚନା ମିଳିଛି। “ମୋତେ କାହିଁକି ଚୁପ୍ କରାଯାଉଛି? ମୁଁ ଯେତେବେଳେ କହେ, ସାଧାରଣ ଲୋକଙ୍କ ପାଇଁ କହେ,”।

ରାଘବ ଚଢା ତାଙ୍କ ଭିଡିଓରେ ସଂସଦରେ ଉଠାଇଥିବା ବିଭିନ୍ନ ପ୍ରସଙ୍ଗର କଥା ମଧ୍ୟ ଉଲ୍ଲେଖ କରିଛନ୍ତି— ବିମାନବନ୍ଦରରେ ମହଙ୍ଗା ଖାଦ୍ୟ,
ଜୋମାଟୋ ଓ ବ୍ଲିଙ୍କିଟ୍ ଡେଲିଭରି କର୍ମଚାରୀଙ୍କ ସମସ୍ୟା, ଖାଦ୍ୟ ମିଶ୍ରଣ, ଟୋଲ୍ ପ୍ଲାଜାରେ ବ୍ୟାଙ୍କ ଶୁଳ୍କ, ମଧ୍ୟବିତ୍ତ ବର୍ଗ ଉପରେ କର ଚାପ, କଣ୍ଟେଣ୍ଟ କ୍ରିଏଟରଙ୍କ ଧର୍ମଘଟ, ଟେଲିକମ୍ ରିଚାର୍ଜ ଓ ଡାଟା ରୋଲଓଭର ସମସ୍ୟା। ସେ କହିଛନ୍ତି ଯେ ଏହି ସମସ୍ତ ପ୍ରସଙ୍ଗ ଉଠାଇବାରୁ ସାଧାରଣ ଲୋକଙ୍କୁ ଲାଭ ମିଳିଛି। “ତେବେ ଏଥିରୁ କାହାର କ୍ଷତି ହେଲା? ମୋତେ କାହିଁକି ଅଟକାଗଲା?” ବୋଲି ସେ ପ୍ରଶ୍ନ କରିଛନ୍ତି। ଶେଷରେ ସେ ସମର୍ଥକମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, “ମୋର ନୀରବତାକୁ ପରାଜୟ ଭାବିବେ ନାହିଁ। ମୁଁ ଏକ ନଦୀ, ସମୟ ଆସିଲେ ବନ୍ୟାରେ ପରିଣତ ହେବି।”

Leave A Reply

Your email address will not be published.