ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

0

ନ୍ୟୁଜ୍ ବ୍ୟୁରୋ: ଓଡ଼ିଶାରେ ଚାଲିଥିବା ଜନଗଣନା କାର୍ଯ୍ୟକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଜନଗଣନା କାର୍ଯ୍ୟ ଶେଷ ହେଉଅ ପର୍ଯ୍ୟନ୍ତ ଏଥିରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ବଦଳି ଉପରେ କଟକଣା ଲଗାଯାଇଛି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ବିଭାଗର ସଚିବ, ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଓ ମହାନଗର ନିଗମ ଆୟୁକ୍ତଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ଜନଗଣନାରେ ନିୟୋଜିତ ମାଷ୍ଟର ଟ୍ରେନର ଓ ଫିଲ୍ଡ ଟ୍ରେନରମାନଙ୍କୁ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ବଦଳି କରାଯିବ ନାହିଁ। ସେପରି ସୁପରଭାଇଜର ଓ ଗଣନାକାରୀମାନଙ୍କ ବଦଳି ପୂର୍ବରୁ ସମ୍ପୃକ୍ତ ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀଙ୍କ ଅନୁମତି ଅବଶ୍ୟକ ହେବ। ଏହା ସହ ବିଭାଗୀୟ ଅଧିକାରୀମାନଙ୍କୁ କ୍ଷେତ୍ରସ୍ତରରେ ନିୟୋଜିତ ଜନଗଣନା କର୍ମଚାରୀଙ୍କ ବଦଳି ସମ୍ପର୍କିତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଅନ୍ୟପଟେ, ଗତକାଲି ଆରମ୍ଭ ହୋଇଥିବା ସ୍ୱ-ଜନଗଣନା ପ୍ରକ୍ରିୟାରେ ପ୍ରାୟ ୧୭ ହଜାର ଲୋକ ଅଂଶଗ୍ରହଣ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.