ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ

0

ନ୍ୟୁଜ୍ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଇରାନ ସମ୍ପର୍କିତ ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଭାରତରେ ଏଲ୍‌ପିଜି ଗ୍ୟାସ୍‌ ଯୋଗାଣରେ ଚାପ ସୃଷ୍ଟି ହୋଇଛି। ଏହାକୁ ମୁକାବିଲା କରିବା ସହିତ କଳାବଜାରୀକୁ ରୋକିବା ପାଇଁ ସରକାର ନୂତନ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷିତରେ ଏଲ୍‌ପିଜି ସିଲିଣ୍ଡର ବଣ୍ଟନ ସମୟରେ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ ଆଖି ସ୍କାନ) ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଏହା ଦ୍ୱାରା କଳାବଜାରୀ ଓ ଭୂତ ଗ୍ରାହକଙ୍କୁ ସହଜରେ ଚିହ୍ନଟ କରିହେବ ବୋଲି ସରକାର ଆଶା କରୁଛନ୍ତି।

ଏଲ୍‌ପିଜି ଉପରେ ଚାପ କମାଇବା ପାଇଁ ପାଇପ୍‌ ଯୋଗେ ଦିଆଯାଉଥିବା ପିଏନ୍‌ଜି (PNG) ଗ୍ୟାସ୍‌ ସଂଯୋଗକୁ ବୃହତ୍‌ ଭାବେ ପ୍ରୋତ୍ସାହନ ଦିଆଯାଉଛି। ପାଇପ୍‌ ଲାଇନ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଏହାରେ କୌଣସି ବାଧା ନ ଆସିବା ପାଇଁ ଜିଲ୍ଲାପାଳମାନଙ୍କୁ ସରକାର ପକ୍ଷରୁ ନିର୍ଦେଶ ଦିଆଯାଇଛି। ଓଡ଼ିଶାରେ ଏଲ୍‌ପିଜି ଓ ପେଟ୍ରୋଲିୟମ୍‌ ଜାତ ଦ୍ରବ୍ୟର ସୁଚାରୁ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବରିଷ୍ଠ ଅଧିକାରୀମାନଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି।

Leave A Reply

Your email address will not be published.