ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଖୁବଶୀଘ୍ର ହ୍ରାସ ପାଇବ ତୈଳ ଦର

0

ନୂଆଦିଲ୍ଲୀ; ସରକାର ଖୁବଶୀଘ୍ର ଜନସାଧାରଣଙ୍କ ପାଇଁ ଆଶ୍ୱସ୍ଥି ଆଣିବାକୁ ଯାଉଛନ୍ତି । ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଦେଶରେ ଖୁବଶୀଘ୍ର ହ୍ରାସ ପାଇବ ତୈଳ ଦର । ଆଗକୁ ସରକାର ପେଟ୍ରୋଲ-ଡ଼ିଜେଲ ଦରରେ ୧୦ ପ୍ରତିଶତ କମାଇବାକୁ ଯାଉଛନ୍ତି । ଅଶୋଧିତ ତୈଳ ଦରରେ ହ୍ରାସ ହେତୁ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୪ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆନ୍ତର୍ଜାତୀୟ ବଜାରରେ ଜାନୁଆରୀରୁ ଅଶୋଧିତ ତୈଳ ଦର କମ୍ ରହିଛି । ବର୍ତ୍ତମାନ ଅଶୋଧିତ ତୈଳ ଦର ୮୧ ଡଲାରକୁ ଖସି ଆସିଛି । ସେହିପରି ଆମେରିକାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୪ ଡଲାର ରହିଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ଉଲ୍ଲେଖନୀୟ ହ୍ରାସ ଭାରତୀୟ ରିଫାଇନାରୀ ପାଇଁ ହାରାହାରି ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୨ ଡଲାରକୁ ହ୍ରାସ ପାଇଛି । ମାର୍ଚ୍ଚରେ ପ୍ରତି ବ୍ୟାରେଲ ପିଛା ୧୧୨.୮ ଡଲାର ଥିଲା । ତେବେ ଏହି ୮ ମାସ ମଧ୍ୟରେ ରିଫାଇନିଂ କମ୍ପାନୀଗୁଡ଼ିକ ପାଇଁ ଅଶୋଧିତ ତୈଳ ଦର ୨୭ ପ୍ରତିଶତ ହ୍ରାସ ପାଇଛି । ତେବେ ପେଟ୍ରୋଲ-ଡିଜେଲ ଦର ଗୋଟିଏ ଥରରେ କମ୍ ହେବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି ।

Leave A Reply

Your email address will not be published.