ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଖୁବଶୀଘ୍ର ହ୍ରାସ ପାଇବ ତୈଳ ଦର

0

ନୂଆଦିଲ୍ଲୀ; ସରକାର ଖୁବଶୀଘ୍ର ଜନସାଧାରଣଙ୍କ ପାଇଁ ଆଶ୍ୱସ୍ଥି ଆଣିବାକୁ ଯାଉଛନ୍ତି । ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଦେଶରେ ଖୁବଶୀଘ୍ର ହ୍ରାସ ପାଇବ ତୈଳ ଦର । ଆଗକୁ ସରକାର ପେଟ୍ରୋଲ-ଡ଼ିଜେଲ ଦରରେ ୧୦ ପ୍ରତିଶତ କମାଇବାକୁ ଯାଉଛନ୍ତି । ଅଶୋଧିତ ତୈଳ ଦରରେ ହ୍ରାସ ହେତୁ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୪ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆନ୍ତର୍ଜାତୀୟ ବଜାରରେ ଜାନୁଆରୀରୁ ଅଶୋଧିତ ତୈଳ ଦର କମ୍ ରହିଛି । ବର୍ତ୍ତମାନ ଅଶୋଧିତ ତୈଳ ଦର ୮୧ ଡଲାରକୁ ଖସି ଆସିଛି । ସେହିପରି ଆମେରିକାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୪ ଡଲାର ରହିଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ଉଲ୍ଲେଖନୀୟ ହ୍ରାସ ଭାରତୀୟ ରିଫାଇନାରୀ ପାଇଁ ହାରାହାରି ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୨ ଡଲାରକୁ ହ୍ରାସ ପାଇଛି । ମାର୍ଚ୍ଚରେ ପ୍ରତି ବ୍ୟାରେଲ ପିଛା ୧୧୨.୮ ଡଲାର ଥିଲା । ତେବେ ଏହି ୮ ମାସ ମଧ୍ୟରେ ରିଫାଇନିଂ କମ୍ପାନୀଗୁଡ଼ିକ ପାଇଁ ଅଶୋଧିତ ତୈଳ ଦର ୨୭ ପ୍ରତିଶତ ହ୍ରାସ ପାଇଛି । ତେବେ ପେଟ୍ରୋଲ-ଡିଜେଲ ଦର ଗୋଟିଏ ଥରରେ କମ୍ ହେବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି ।

Leave A Reply

Your email address will not be published.