ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଖୁବଶୀଘ୍ର ଆସିପାରେ ଏଚ୍ଆଇଭି ଟୀକା

0

ନ୍ୟୁଜ୍ ବ୍ୟୁରୋ; ଏଚ୍ଆଇଭି ଆକ୍ରାନ୍ତଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଏଣିକି ସୁସ୍ଥ ହୋଇପାରିବେ ମାରାତ୍ମକ ଏଡସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି । କାରଣ ଖୁବଶୀଘ୍ର ମିଳିପାରେ ଏଚଆଇଭି ଟୀକା । ପରୀକ୍ଷାମୂଳକଭାବେ ପ୍ରସ୍ତୁତ ହୋଇଥିବା ଟିକାର ପରୀକ୍ଷଣ ୯୭ ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି ।

ଟେକ୍ସସାସ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରି ଏକ ରିପୋର୍ଟରେ କୁହାଯାଇଛି କି ସଂକ୍ରମଣରେ ଶିକାର ହେଉଥିବା ରୋଗୀଙ୍କ ଶରୀରରୁ ରୋଗ ପ୍ରତିଷେଧକ ଦ୍ରୁତ ଗତିରେ ହାସ୍ର ପାଇଥାଏ । ଚିକିତ୍ସା ପଦ୍ଧତି ନଥିବାରୁ ରୋଗୀମାନେ ପ୍ରାଣ ମଧ୍ୟ ହରାଉଛନ୍ତି । ଏବେ କ୍ଲିନିକାଲ ଟ୍ରାଏଲ ସଫଳ ହେବା ପରେ ନୂଆ ଆଶା ସୃଷ୍ଟି ହୋଇଛି ।

ବୈଜ୍ଞାନିକମାନେ କରିଥିବା ଏହି କ୍ଲିନିକାଲ ଟ୍ରାଏଲ ୯୭ ପ୍ରତିଶତ ଭାବେ ଏଚଆଇଭି ବିରୋଧରେ କାମ କରୁଥିବା ଜଣାପଡିଛି । ଏହି ପରୀକ୍ଷଣ ୩୬ଜଣ ସ୍ୱେଚ୍ଛାସେବୀଙ୍କ ଉପରେ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୩୫ଜଣଙ୍କ ଦେହରେ ଆଟିଂବଡି ତିଆରି ହୋଇଛି । ତେବେ ଏହା ଏଚଆଇଭି ବିରୋଧରେ କେତେ ଫଳପ୍ରଦ ହେବ ତାହା ସ୍ପଷ୍ଟ ହୋଇନି । ଏହି ଭ୍ୟାକସିନର କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳିନି । ଦୁଇଟି ଡୋଜ ସହ ବୁଷ୍ଟର ଡୋଜର ମଧ୍ୟ ଆବଶ୍ୟକ ପଡିପାରେ ।


Leave A Reply

Your email address will not be published.