ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଶ୍ମଶାନର ଚିତା ଉପରେ ଠିଆ ହୋଇଛନ୍ତି ମା ଶ୍ୟାମାକାଳୀ

0

ବିହାର; ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି। ରହସ୍ୟ ବି ଏମିତି ଯାହା ଶହ ଶହ ବର୍ଷ ପୁରୁଣା । ନିଜର ସ୍ବତନ୍ତ୍ର ମାନ୍ୟତାକୁ ନେଇ ମନ୍ଦିରମାନ ପ୍ରସିଦ୍ଧି ଲାଭ ମଧ୍ୟ କରିଛନ୍ତି । ଦେଶର ଭିନ୍ନ ଭିନ୍ନ ମନ୍ଦିର ମାନଙ୍କ ମଧ୍ୟରୁ ବିହାର ମଧ୍ୟ ବାଦ୍‌ ପଡ଼ିନି । ବିହାରର ଦରଭଙ୍ଗାରେ ଶବର ଚିତା ଉପରେ ରହିଛି ମାଆ କାଳୀଙ୍କ ମନ୍ଦିର । ନା ହେଉଁଛି ଶ୍ୟାମାକାଳୀ। ଶ୍ୟାମା ମାଆ ଙ୍କ ନାମରେ ଏହି ମନ୍ଦିରର ନାମକରଣ ହୋଇଛି। ଏହି କାଳୀ ମନ୍ଦିର ଶ୍ମଶାନ ଘାଟରେ ରହିଛି । ଏହା ଶ୍ମଶାନରେ ଥିବା ଚିତା ଉପରେ ତିଆରି ହୋଇଛି।

ବିଶ୍ୱାସ ରହିଛି ଯେ ଏହି ମନ୍ଦିର କୁ ଯାଇ ମାଆ ଙ୍କ ଦର୍ଶନ କଲେ ସବୁ ଇଚ୍ଛା ପୂରଣ ହୋଇଯାଏ। କୁହାଯାଏ ଯେ ମାତାଙ୍କ ମନ୍ଦିର ମହାରାଜା ରାମେଶ୍ୱର ସିଂ ଙ୍କ ଚିତା ଉପରେ ତିଆରି ହୋଇଛି । ଏହି ମନ୍ଦିରରେ ଥିବା ମାଆଙ୍କ ମୂର୍ତ୍ତିରେ ମୁଣ୍ଡର ମାଳା ଲାଗିଛି ଓ ଏହାର ସଂଖ୍ୟା ହେଉଛି ୫୨ ଗୋଟି । ମାନ୍ୟତା ରହିଛି ଯେ ଏହା ହିନ୍ଦୀ ବର୍ଣ୍ଣମାଳା ସୃଷ୍ଟିର ପ୍ରତୀକ ।

ଏହି ମନ୍ଦିରରେ ଏକ ବିଶେଷତ୍ୱ ରହିଛି ଏହାର ଆଳତୀକୁ ନେଇ । ଏହି ମନ୍ଦିରର ଆଳତୀ ଏତେ ପ୍ରସିଦ୍ଧ ଯେ ଏଥିରେ ସାମିଲ ହେବା ପାଇଁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ। ବିଶେଷ କରି ନବରାତ୍ରୀ ସମୟରେ ଏଠାରେ ଭିଡ଼ ଜମିଥାଏ। ଏହି ମନ୍ଦିରରେ ମାଆଙ୍କ ପୂଜା ଉଭୟ ବୈଦିକ ଓ ତାନ୍ତ୍ରିକ ରୂପରେ କରାଯାଏ । ତେବେ ଆମ ହିନ୍ଦୁ ପରମ୍ପରାରେ ବିବାହର ୧ବର୍ଷ ମଧ୍ୟରେ ପୁଅ ବୋହୂ ଶ୍ମଶାନ ଘାଟରେ ଯିବାର ବାରଣ ଥିବା ବେଳେ ଏହି ମନ୍ଦିରରେ ଦର୍ଶନ ପାଇଁ କିନ୍ତୁ ନବବିବାହିତା ଯୋଡି ଅନେକ ଦୂରରୁ ଆସିଥାନ୍ତି । ଏମିତି କଲେ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ ବୋଲି ବିଶ୍ୱାସ ରହିଛି

Leave A Reply

Your email address will not be published.