ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ପୁଣି ଆରମ୍ଭ ହେବ ଇ-ଭିସା ବ୍ୟବସ୍ଥା

0

ନୂଆଦିଲ୍ଲୀ; କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ବ୍ରିଟିଶ ନାଗରିକଙ୍କ ପାଇଁ ପୁଣି ଆରମ୍ଭ ହେବ ଇ-ଭିସା ବ୍ୟବସ୍ଥା । କରୋନା ମହାମାରୀ ପରେ ୨୦୨୦ ମାର୍ଚ୍ଚ ପରଠୁ ଇ-ଭିସା ନୀତି କାର୍ଯ୍ୟକାରୀ ହେଉନଥିଲା । ତେବେ ଆଗକୁ କ୍ରିଷ୍ଟମାସ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର ।

ସୂଚନା ଅନୁଯାୟୀ ଏହି ବର୍ଷ ଆରମ୍ଭରୁ କେବଳ ୟୁକେ ଓ କାନାଡ଼ା ଭଳି କେତେକ ହାତ ଗଣତି ଦେଶକୁ ଛାଡ଼ିଦେଲେ, ଅନ୍ୟ ଦେଶର ନାଗରିକଙ୍କ ପାଇଁ ଇ-ଭିସା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା । ଏହି ଭିସା ୱେବସାଇଟ୍ ଖୁବଶୀଘ୍ର ଖୋଲିବାକୁ ଯାଉଥିବା ବେଳେ ବ୍ରିଟେନ୍ ନାଗରିକମାନେ ଏଣିକି ଆବେଦନ କରିପାରିବେ । ସେପଟେ ଶୀତ ଋତୁ ପୂର୍ବରୁ ବ୍ରିଟିଶ ନାଗରିକଙ୍କ ପାଇଁ ଇ-ଭିସା ନୀତି କାର୍ଯ୍ୟକାରୀ ହେବା ପରେ ଏହାକୁ ସ୍ୱାଗତ କରିଛନ୍ତି ଦେଶର ବିଭିନ୍ନ ଟ୍ରାଭେଲ ଓ ଟୁରିଜିମ୍ ସଂସ୍ଥା ।

Leave A Reply

Your email address will not be published.