ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଫିଫା ୱାର୍ଲ୍ଡକପର ଉଦଘାଟନ କରିବେ ଦୀପିକା

0

ନ୍ୟୁଜ୍ବ୍ୟୁରୋ; ବଲିଉଡର ମୋଷ୍ଟ ପପୁଲାର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମିଳିଲା ବଡ ସମ୍ମାନ । ଫିଫା ବିଶ୍ୱକପ ଟ୍ରଫିର ଉଦଘାଟନ କରିବେ ଅଭିନେତ୍ରୀ ଦୀପିକା । ଯେଉଁଥିପାଇଁ ବର୍ତ୍ତମାନ ଠାରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଦୀପିକା ପାଦୁକୋନ ହେଉଛନ୍ତି ପ୍ରଥମ ଅଭିନେତ୍ରୀ, ଯିଏକି ବିଶ୍ୱର ସର୍ବାଧିକ କ୍ରୀଡା ଇଭେଣ୍ଟରେ ଏଭଳି ସମ୍ମାନ ପାଇଛନ୍ତି । ଏଥିସହିତ ସେ ଡିସେମ୍ବର ୧୮ରେ କତାରର ଲୁସେଲ ଆଇକନିକ ଷ୍ଟାଡିୟମରେ ହେବାକୁ ଥିବା ଫିଫା ବିଶ୍ୱକପ ଟ୍ରଫି ଉଦ୍ଘାଟନ କରିବେ ବୋଲି କୁହାଯାଉଛି ।

ତେବେ ଏହାପୂର୍ବରୁ ଏହି ବିଶ୍ୱକପ ମ୍ୟାଚ୍‌ ସମୟରେ ଅଭିନେତ୍ରୀ ନୋରା ଫତେହି ମଧ୍ୟ ଫିଫା ଫ୍ୟାନ୍ ଫେଷ୍ଟରେ ଫରଫର୍ମ କରିଥିଲେ । ସେ ବିଶ୍ୱକପର ଗୀତ ‘ଲାଇଟ୍ସ ଦି ସ୍କାଏ’ରେ ନାଚୁଥିବା ବେଳେ ଫିଫା ବିଶ୍ୱକପ ମଞ୍ଚରେ ନିଆଁ ଲଗାଇ ଦେଇଥିଲେ। ଏଥିସହିତ ଅଭିନେତ୍ରୀ ନୋରା ତ୍ରିରଙ୍ଗାକୁ ଓଲଡା ଉଡାଇବା ସହ ତାକୁ ଦେହରେ ମଧ୍ୟ ଗୁଡାଇ ହୋଇଥିଲେ । ଯେଉଁ କାରଣରୁ ସେ ଟ୍ରୋଲର ମଧ୍ୟ ଶିକାର ହୋଇଥିଲେ ।

ସୂଚନା ଅନୁଯାୟୀ, କାତାରରେ ଫିଫା ୱାର୍ଲ୍ଡକପ୍‌ ୨୦୨୨ ଚାଲିଥିବା ବେଳେ ଏଥିରେ ବିଶ୍ୱର ଅନେକ ଫୁଟବଲ ଦଳ ଅଂଶଗ୍ରହଣ କରିଛନ୍ତି । ଏଥିସହିତ ସେମାନେ ନିଜର ଦମଦାର ପ୍ରଦର୍ଶନ ମଧ୍ୟ ଦେଖାଉଛନ୍ତି । ତେବେ ଏହି ଫିଫା ୱାର୍ଲ୍ଡକପ୍‌ ଟ୍ରଫିର ଫାଇନାଲ ରାଉଣ୍ଡ ଡିସେମ୍ବର ୧୮ ରେ ଅନୁଷ୍ଠିତ ହେବ । ଯାହାକୁ ନେଇ ଖେଳ ପ୍ରେମୀଙ୍କ ମନେରେ ଉତ୍ସାହ ଭରି ରହିଛି

Leave A Reply

Your email address will not be published.