ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ନର୍ସିଂ ଏକ ମହାନ୍ ବୃତି : ସୋଆ ଉପସଭାପତି

0

ଭୁବନେଶ୍ୱର: ନର୍ସିଂ ଏକ ମହାନ୍ ଓ ଉତମ ବୃତି ଏବଂ ମାନବ ସେବାର ପ୍ରକୃଷ୍ଟ ମାଧ୍ୟମ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି। ସୋଆ ପରିଚାଳିତ ସମ୍ ନର୍ସିଂ କଲେଜ-୨ର (୨୦୨୪-୨୮) ବିଏସ୍‌ସି ନର୍ସିଂ ପ୍ରଥମ ବ୍ୟାଚର ଶନିବାର ଲ୍ୟାମ୍ପ ଲାଇଟିଂ ଏବଂ ଓଥ୍ ଟେକିଂ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀମତି ଦାସ ।

ଶ୍ରୀମତି ଦାସ କହିଛନ୍ତି ଯେ ଲ୍ୟାମ୍ପ ଲାଇଟିଂ ସମାରୋହ ମାଧ୍ୟମରେ ସେବିକାମ।ନେ ନର୍ସିଂ ଭଳି ମହାନ ବୃତିରେ ପ୍ରବେଶ କରିଥାନ୍ତି । ଏହା ସେମାନଙ୍କ ଜୀବନର ଏକ ନୂତନ ପର୍ଯ୍ୟାୟ। ଏହି ଶପଥ ପାଠ ସେମାନଙ୍କୁ ଯତ୍ନ ଏବଂ ସେବାର ମନ୍ତ୍ର ପ୍ରଦାନ କରିବ ବୋଲି ଶ୍ରୀମତି ଦାସ କହିଛନ୍ତି। ଏହି ଅବସରରେ ଆଡିସ୍‌ନାଲ୍ ଡାଇରେକ୍ଟର ଡିଏମ୍‌ଇଟି ଡକ୍ଟର ଉମାକାନ୍ତ ଶତପଥୀ ସ୍ୱତନ୍ତ୍ର ଅତିିଥି ଭାବେ ଯୋଗ ଦେଇ ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ମନୋଭାବ ଏବଂ ପଥକୁ ପାଥେୟ କରି ଶିକ୍ଷା ଗ୍ରହଣ କରିବା ସହ ନିଜ ବୃତିରେ ଆଗେଇବାକୁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଓଏନ୍‌ଏମ୍‌ଇବିର ସେକ୍ରେଟାରୀ ଶ୍ରୀମତି ବାସନ୍ତି ବେହେରା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍-୨ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ସମ୍ ନର୍ସିଂ କଲେଜ- ୨ର କୋଅର୍ଡିନେଟର ଶ୍ରୀମତି ଅନୁରାଧା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏସ୍‌ଏନ୍‌ସିର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ଫ୍ଲୋରେନ୍ସ ନାଇଟେଙ୍ଗଲ୍ ଶପଥ ଗ୍ରହଣ କରିଥିଲେ ।

Leave A Reply

Your email address will not be published.