ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଗିରଫ ପଛରେ ରହିଛି ବିଜେଡିର ଷଡ଼ଯନ୍ତ୍ର : ଅର୍ଚ୍ଚନା ନାଗ

0

ଭୁବନେଶ୍ବର: ବିଜେଡି ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା ନାଗ। ତାଙ୍କ ଗିରଫଦାରି ପଛରେ ବଡ଼ ଷଡ଼ଯନ୍ତ୍ର ଥିଲା କହିଲେ ଅର୍ଚ୍ଚନା। ଏହି ସମୟରେ ସେ ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ନାଁ ନେଇ ତାଙ୍କ ଉପରେ ବର୍ଷିଲେ। ପୋଲିସ ଅଧିକାରୀଙ୍କ ନାଁ ନେଇ ମଧ୍ୟ ଟାର୍ଗେଟ୍‌ କଲେ ଅର୍ଚ୍ଚନା।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅର୍ଚ୍ଚନା ନାଗ ପହଞ୍ଚିଥିଲେ। ସେଠାରେ ବିଗତ ଦିନରେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମିଛରେ ଫସାଇ ଅତ୍ୟାଚାର କରାଯାଇଥିବା ଅଭିଯୋଗ ଆଣି ଲିଖିତ ଅଭିଯୋଗ କରିଥିଲେ। ଆଜି ପ୍ରେସମିଟ କରି ତାଙ୍କ ଗିରଫ ପଛର ଗୁମର ଖୋଲିଛନ୍ତି ଅର୍ଚ୍ଚନା।

ସେ କହିଛନ୍ତି, ତାଙ୍କୁ ପଛରୁ ଛୁରି ମାରିଥିଲେ କିଛି ଆଗ ଧାଡିର ବିଜେଡି ନେତା ଓ ବରିଷ୍ଠ ପୋଲିସ ଅଧିକାରୀ। ଆଜି ସେମାନଙ୍କ ନା ନେଇ ସେମାନଙ୍କ ବିରୋଧରେ ଖୋଲା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା। ତତ୍କାଳୀନ ଡିସିପି ପ୍ରତୀକ ସିଂ ଓ ଏସିପି ପ୍ରକାଶ ପାଲ ମଧ୍ୟ ସମ୍ପୃକ୍ତ ଥିବା କହିଛନ୍ତି। ଏନେଇ ବିଜେଡି ନେତା କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସଂପୃକ୍ତି ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଥିଲା ଇଡି। ଅର୍ଚ୍ଚନା ନାଗଙ୍କ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ଅମରେଶ ଜେନା। ସେ କହିଛନ୍ତି, ମୋର ଏହି ଘଟଣାରେ ସମ୍ପୃକ୍ତି ନାହିଁ, ତଦନ୍ତ ପରେ ସବୁ ସତ ଜଣାପଡ଼ିବ। ଅର୍ଚ୍ଚନା କାହା କଥାରେ ପଡ଼ି ଏପରି କହୁଛନ୍ତି କି କ’ଣ ମୁଁ ଜାଣିପାରୁନି। ସେ ଯେତେବେଳେ ମୋ ନାଁ ନେଇଛନ୍ତି, ମୁଁ କ’ଣ ବାହାରକୁ ପଳାଇବି ବୋଲି ପ୍ରଶ୍ନ କରିଛନ୍ତି ଅମରେଶ।

Leave A Reply

Your email address will not be published.