ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଆଜିଠୁ ରାଜ୍ୟରେ ଗଡିଲା ଘରୋଇ ବସ୍

0

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ପୁଣି ଗଡିଛି ଘରୋଇ ବସ୍। ଗତକାଲି ବସ୍‌ ଚଳାଚଳ କରିବା ନେଇ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା। ପୁରୀ ବସଷ୍ଟାଣ୍ଡ ପରିସରରେ ଥିବା ବସ୍ ମାଲିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି ଏବଂ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ।

ବସ୍ ଚଳାଚଳ ସମୟରେ ରାଜ୍ୟ ସରକାର ସୁରକ୍ଷା ଦେବା ପାଇଁ ମାଲିକ ସଂଘ ଦାବି କରିଛନ୍ତି। ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟବ୍ୟାପି ବସ୍ ଚଳାଚଳ ବନ୍ଦ ରହିଥିଲା। ସେପଟେ ଗତ ୧୧ ତାରିଖରେ ଡ୍ରାଇଭର ମହାସଂଘର ସଭାପତି ବିବୃତ୍ତି ଦେଇ କହିଛନ୍ତି କୌଣସି ବସକୁ ବାଟରେ ଅଟକା ଯାଉନାହିଁ। କିନ୍ତୁ ଗତ ଗୁରୁବାର ଦିନ ସମ୍ବଲପୁର ଦେଇ ଆସୁଥିବା କେତେକ ବସକୁ ରେଢାଖୋଲ ଓ ଅନୁଗୁଳ ଆର.ଟି.ଓ. ଅଫିସ ପାଖରେ ଆକ୍ରମଣ କରି ବସ୍ ଗୁଡିକର କାଚ ଭାଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବସ୍ ମାଲିକ ସଂଘ। ଅନ୍ୟପଟେ ଏମାନେ କିଏ ବୋଲି ରାଜ୍ୟ ବସ୍ ମାଲିକ ସଂଘ ପ୍ରଶ୍ନ କରିଛି ?

ରାଜ୍ୟ ବସ୍ ମାଲିକ ସଂଘର ସମ୍ପାଦକ ଦେବନ୍ଦ୍ରେ ସାହୁ କହିଛନ୍ତି,” କେନ୍ଦ୍ରାପଡା ରୁଟ୍‌ରେ ରାଜକନିକା, ଦୁହୁରିଆ ନିକଟରେ ଗାଡିକୁ ଅଟକାଇ ଛାଡୁନାହାନ୍ତି ଓ ପାରାଦୀପ ରାସ୍ତାର ଭୁତମୁଣ୍ଡାଇ, ବଲାଙ୍ଗୀର ଖଡିଆଳ ଭୁବନେଶ୍ବର ରାସ୍ତାରେ ଦଶପଲ୍ଲା ଓ ନୟାଗଡ ଠାରେ ଗାଡିକୁ ନଛାଡିବା ଓ ଭୁବନେଶ୍ବର – ପୁରୀ ରାସ୍ତାରେ ପିପିଲି ଟୋଲ ଗେଟ, ସାକ୍ଷୀଗୋପାଳ ବ୍ଲକ ଛକ ମାଳତିପାଟପୁର ଠାରେ ବସଗୁଡିକୁ ଅଟକା ଯାଉଛି। ଏହା ଦ୍ଵାରା ଯାତ୍ରୀ ପରିବହନ କ୍ଷେତ୍ରରେ ଅଚଳାବସ୍ଥା ବାରଣ ରହୁଥିବାରୁ ସାଧାରଣ ଯାତ୍ରୀ ବହୁ ହଇରାଣ ହେଉଛନ୍ତି। ଏଣୁ ଯାତ୍ରୀବାହୀ ବସ୍ ଗୁଡିକୁ କୈାଣସି ଯାଗାରେ ହଇରାଣ ନ କରି ଚଳାଚଳରେ ସୁବିଧା କରନ୍ତୁ ଏବଂ ରାଜ୍ୟ ସରକାର ଯାତ୍ରୀ ମାନଙ୍କ ସୁରକ୍ଷା ଓ ବସ୍ ଗୁଡିକରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବନ୍ଦୋବସ୍ତ କରନ୍ତୁ। ଯାତ୍ରୀ ପରିବହନ କ୍ଷେତ୍ରରେ ସମସ୍ତ ବସ ମାଲିକ ଓ କର୍ମଚାରୀମାନଙ୍କୁ ସମସ୍ତ ରୁଟରେ ବସ ଚଳାଚଳ ଆରମ୍ଭ କରିବା ପାଇଁ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.