ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ରାଜଧାନୀରେ ମଶା ମାରିବ ଡ୍ରୋନ୍

0

ଭୁବନେଶ୍ବର; ରାଜଧାନୀରେ ଚାରିଆଡ଼େ ବଢିବାରେ ଲାଗୁଛି ମଶାଙ୍କ ଉପଦ୍ରବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ମଶାଙ୍କ ଦମନ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍ । ରାଜଧାନୀରେ ଏବେ ମଶା ଦମନରେ ବ୍ୟବହାର ହେବ ଡ୍ରୋନ୍ । ମଶା ବଂଶ ବିସ୍ତାର ରୋକିବାକୁ ମାସେ ପର୍ଯ୍ୟନ୍ତ ବ୍ୟାପକ ହେବ ମଶା ତେଲ ପକାଇବା ଓ ମଶା ଧୂଆଁ ଛାଡିବା ଅଭିଯାନ । ଟିଫା ମେସିନ ଓ ଟିମ ସଂଖ୍ୟା ବଢିବ । ଅଧିକ ମଶାବଂଶ ବୃଦ୍ଧି ହେଉଥିବା ଅଂଚଳରେ ଟେକନିକାଲ ଟିମ୍ ସର୍ଭେ କରିବ । ଘାସ ଓ ବୁଦା କାଟିବା ପାଇଁ ଅଧିକ ଟିମ୍ ବଢାଯିବ ବୋଲି ସୂଚନା ମିଳିଛି ।

ମଶା ବଂଶ ବୃଦ୍ଧିର କାରଣ ଜାଣିବାକୁ ଓ ଏହାର ପ୍ରତିକାର ପାଇଁ ବୈଜ୍ଞାନିକଙ୍କ ପରାମର୍ଶ ନିଆଯିବ। ଅନ୍ୟପଟେ ଟିଫା ମେସିନ ଯାଇପାରୁନଥିବା ଇଲାକା ଓ ଜଳଉତ୍ସ ଗୁଡିକରେ କେମିକାଲ ସ୍ପ୍ରେ କରିବାକୁ ଡ୍ରୋନ୍‌ର ବ୍ୟବହାର କରାଯିବ । ଆକାଶ ମାର୍ଗରୁ ରସାୟନିକ ଔଷଧ ସିଞ୍ଚନ କରାଯିବ । ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.