ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ସେମିରେ ମରକ୍କୋ ହାରିବାରୁ ଫ୍ୟାନ୍ସଙ୍କ ଜଳାପୋଡା

0

ନ୍ୟୂଜ୍ ବ୍ୟୁରୋ; ଫିଫା ବିଶ୍ୱକପ ସେମିଫାଇନାଲରେ ମରକ୍କୋକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଡିସେମ୍ବର ୧୮ରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା । ସେମିରେ ଫ୍ରାନ୍ସ ମରକ୍କୋକୁ ୨-୦ରେ ହରାଇଛି । ମରକ୍କୋ ହାରିଯିବା ପରେ ଫ୍ୟାନ୍ସ ମନ ଭାଙ୍ଗିଯାଇଛି

ଫ୍ରାନ୍ସ ଠାରୁ ମରକ୍କୋ ହରିବା ପରେ ଅନେକ ସ୍ଥାନରେ ଫ୍ରାନ୍ସ ଏବଂ ମରକ୍କୋ ଫ୍ୟାନ୍ସଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଏହି ସମୟରେ ପୋଲିସ ସହିତ ମଧ୍ୟ ସଂଘର୍ଷ ହୋଇଛି । ଜର୍ମାନୀର ରାଜଧାନୀ ବ୍ରସେଲ୍ସରେ ସବୁ କିଛି ଘଟିଛି। ସୂଚନା ଅନୁଯାୟୀ, ଫାଇନାଲରେ ହାରିବା ପରେ ମରକ୍କୋ ଖେଳିବାର ସ୍ୱପ୍ନ ଭାଙ୍ଗି ଯାଇଥିଲା । ଆଉ ଏହାକୁ ବରଦାସ୍ତ କରିପାରିନଥିଲେ ମରକ୍କୋ ଫ୍ୟାନ୍ସ । ବ୍ରସେଲ୍ସରେ ରହୁଥିବା ପ୍ରାୟ ୧୦୦ରୁ ଅଧିକ ମରକ୍କୋ ଫ୍ୟାନ ରାସ୍ତାକୁ ଓହ୍ଲାଇ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଥମେ ମରକ୍କୋ ପତାକା ଧରିଥିବା ଶତାଧିକ ଫ୍ୟାନ୍ସ ବ୍ରସେଲ୍ସର ସାଉଥ ଷ୍ଟେସନ ନିକଟରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନିଆଁ ଗୋଲା ଓ ଅନ୍ୟ ଜିନିଷ ଫୋପାଡ଼ିଥିଲେ। ସେମାନଙ୍କୁ ସୁରକ୍ଷାକର୍ମୀ ବିଶୃଙ୍ଖଳା ସୃଷ୍ଟି ନ କରିବାକୁ କହିଥିଲେ। ହେଲେ ସେମାନେ କିଛି ଶୁଣି ନଥିଲେ। ଚେତାବନୀ ସତ୍ତ୍ୱେ ସେମାନେ ଷ୍ଟେସନ ନିକଟରେ ଥିବା ଅଳିଆ ଗଦା ଓ ଅନ୍ୟାନ୍ୟ କାର୍ଡବୋର୍ଡ ବକ୍ସରେ ନିଆଁ ଲଗାଇ ଦେଇଥିଲେ। ମରକ୍କୋ ଫ୍ୟାନ୍ସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାକର୍ମୀମାନେ ପାଣି ମାଡ଼ କରିବା ସହ ଟିୟର ଗ୍ୟାସର ବ୍ୟବହାର କରିଥିଲେ। ଶେଷରେ ସ୍ଥିତି ନିୟନ୍ତ୍ରଣ ମଧ୍ୟକୁ ଆସିଥିଲା। ପୋଲିସ କିଛି ମରକ୍କୋ ଫ୍ୟାନ୍ସଙ୍କୁ ଗିରଫ ମଧ୍ୟ କରିଛି ।

Leave A Reply

Your email address will not be published.