ପ୍ରମୁଖ ଖବର

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ
ଏସଆଇ ପରୀକ୍ଷା ଘୋଟାଲା : ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ
‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ
ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ଡିଜିପି
ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

ଭାରତ ଫେରିବେ ନୀରବ ମୋଦୀ

0

ନୂଆଦିଲ୍ଲୀ; ଭାରତ ଫେରିବାକୁ ବାଧ୍ୟ ହେବେ ପଳାତକ ନୀରବ ମୋଦୀ । କାରଣ ଭାରତ ନଫେରିବା ନେଇ ସେ ଲଣ୍ଡନ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଲଣ୍ଡନ ସୁପ୍ରିମକୋର୍ଟ । ଏବେ ତାଙ୍କ ପାଖରେ ଆଇନଗତ ଭାବେ ଅନ୍ୟ କିଛି ବିକଳ୍ପ ନଥିବାରୁ ସେ ଭାରତ ଫେରିବା ପ୍ରାୟ ତ ନିଶ୍ଚିତ ହୋଇଛି ।

ନୀରବ ମୋଦୀ ବ୍ରିଟେନ ସୁପ୍ରିମକୋର୍ଟରେ ପ୍ରତ୍ୟାର୍ପଣ ବିରୋଧୀ ଆବେଦନ କରିଥିଲେ । ସେତେବେଳେ ଆବେଦନକୁ ଖାରଜ କରି କୋର୍ଟ କହିଥିଲେ କି, କାହାର ଆଚାର ବ୍ୟବହାର ଦେଖି ପ୍ରତ୍ୟାର୍ପଣ ବିରୋଧରେ ନିର୍ଣ୍ଣୟ ନିଆଯାଇପାରିବ ନାହିଁ । ଏହାପରେ ଗତ ସପ୍ତାହରେ ଭାରତ ସରକାରଙ୍କ ତରଫରୁ ବ୍ରିଟିସ ସୁପ୍ରିମକୋର୍ଟରେ ନୀରବ ମୋଦୀ ପ୍ରତ୍ୟାର୍ପଣ ବିରୋଧରେ କରିଥିବା ଆବେଦନକୁ ଖାରଜ କରିବାକୁ ଅନୁରୋଧ କରିଥିଲେ ।

ବ୍ରିଟେନ କୋର୍ଟରେ ଭାରତ ସରକାରଙ୍କ ତରଫରୁ ଆଇନଗତ ଲଢେଇ ଲଢୁଥିବା କ୍ରାଉନ ପ୍ରସିକ୍ୟୁସନ ସର୍ଭିସ ଅଦାଲତରେ ନୀରବ ମୋଦୀଙ୍କ ବିରୋଧରେ ଜବାବ ଦାଖଲ କରିଥିଲେ । ସୂଚନା ଥାଉକି ଭାରତରେ ହୀରା ବ୍ୟବସାୟ କରୁଥିବା ନୀରବ ମୋଦୀ ଦେଶର ବିଭିନ୍ନ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାରୁ ଅଧିକ ଋଣ ନେଇ ଫେରାର ହୋଇଯାଇଛନ୍ତି । ଏଥି ମଧ୍ୟରୁ କେବଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୧ ହଜାର କୋଟି ଟଙ୍କାରୁ ଅଧିକ ଋଣ ନେଇଛନ

Leave A Reply

Your email address will not be published.