ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଭାରତ ଫେରିବେ ନୀରବ ମୋଦୀ

0

ନୂଆଦିଲ୍ଲୀ; ଭାରତ ଫେରିବାକୁ ବାଧ୍ୟ ହେବେ ପଳାତକ ନୀରବ ମୋଦୀ । କାରଣ ଭାରତ ନଫେରିବା ନେଇ ସେ ଲଣ୍ଡନ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଲଣ୍ଡନ ସୁପ୍ରିମକୋର୍ଟ । ଏବେ ତାଙ୍କ ପାଖରେ ଆଇନଗତ ଭାବେ ଅନ୍ୟ କିଛି ବିକଳ୍ପ ନଥିବାରୁ ସେ ଭାରତ ଫେରିବା ପ୍ରାୟ ତ ନିଶ୍ଚିତ ହୋଇଛି ।

ନୀରବ ମୋଦୀ ବ୍ରିଟେନ ସୁପ୍ରିମକୋର୍ଟରେ ପ୍ରତ୍ୟାର୍ପଣ ବିରୋଧୀ ଆବେଦନ କରିଥିଲେ । ସେତେବେଳେ ଆବେଦନକୁ ଖାରଜ କରି କୋର୍ଟ କହିଥିଲେ କି, କାହାର ଆଚାର ବ୍ୟବହାର ଦେଖି ପ୍ରତ୍ୟାର୍ପଣ ବିରୋଧରେ ନିର୍ଣ୍ଣୟ ନିଆଯାଇପାରିବ ନାହିଁ । ଏହାପରେ ଗତ ସପ୍ତାହରେ ଭାରତ ସରକାରଙ୍କ ତରଫରୁ ବ୍ରିଟିସ ସୁପ୍ରିମକୋର୍ଟରେ ନୀରବ ମୋଦୀ ପ୍ରତ୍ୟାର୍ପଣ ବିରୋଧରେ କରିଥିବା ଆବେଦନକୁ ଖାରଜ କରିବାକୁ ଅନୁରୋଧ କରିଥିଲେ ।

ବ୍ରିଟେନ କୋର୍ଟରେ ଭାରତ ସରକାରଙ୍କ ତରଫରୁ ଆଇନଗତ ଲଢେଇ ଲଢୁଥିବା କ୍ରାଉନ ପ୍ରସିକ୍ୟୁସନ ସର୍ଭିସ ଅଦାଲତରେ ନୀରବ ମୋଦୀଙ୍କ ବିରୋଧରେ ଜବାବ ଦାଖଲ କରିଥିଲେ । ସୂଚନା ଥାଉକି ଭାରତରେ ହୀରା ବ୍ୟବସାୟ କରୁଥିବା ନୀରବ ମୋଦୀ ଦେଶର ବିଭିନ୍ନ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାରୁ ଅଧିକ ଋଣ ନେଇ ଫେରାର ହୋଇଯାଇଛନ୍ତି । ଏଥି ମଧ୍ୟରୁ କେବଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୧ ହଜାର କୋଟି ଟଙ୍କାରୁ ଅଧିକ ଋଣ ନେଇଛନ

Leave A Reply

Your email address will not be published.