ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ନୂଆବର୍ଷରୁ ଶ୍ରୀମନ୍ଦିରକୁ ମୋବାଇଲ ମନା

0

ପୁରୀ; ନୂଆବର୍ଷରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ ଲାଗିଲା କଟକଣା । ସେ ସେବାୟତ ହୁଅନ୍ତୁ କି କର୍ମଚାରୀ କେହି ବି ଶ୍ରୀମନ୍ଦିରକୁ ମୋବାଇଲ ଧରି ପ୍ରବେଶ କରିପାରିବେ ନାହିଁ । ତେବେ ଶ୍ରୀମନ୍ଦିରର ଦୁଇଟି ଦ୍ୱାରରେ ଯଥା-ସିଂହଦ୍ୱାର ଓ ଦକ୍ଷିଣଦ୍ୱାରରେ ମୋବାଇଲ ରଖିବାକୁ ବ୍ୟବସ୍ଥା ହୋଇଛି ।ଏହାସତ୍ତ୍ବେ ମଧ୍ୟ ଯଦି କେହି ମୋବାଇଲ ଭିତରକୁ ନିଅନ୍ତି ତେବେ ତାଙ୍କ ବିରୋରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସୂଚନା ଅନୁଯାୟୀ, ପୂର୍ବରୁ ଶ୍ରୀମନ୍ଦିର ଭିତରର ଅନେକ ଫଟୋ ଭାଇରାଲ ହୋଇଥିଲା । ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏପରିକି ରତ୍ନମଣ୍ଡପରେ ଶ୍ରୀଜିଉ ବସିଥିବାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଆଉ ଏହାପରେ ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ବିପଦ ଘନେଇବାର ଆଶଙ୍କା କରି ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Leave A Reply

Your email address will not be published.