ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଖାଁ ଖାଁ ଚୀନର ବେଜିଂ ସହର

0

ବେଜିଂ; ଚୀନରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ମହାମାରୀ । ଜିରୋ କୋଭିଡ୍ ପିଲିସି ଚୀନରେ ଫେଲ୍ ମାରିଛି । ସଂକ୍ରମଣ ବଢ଼ୁଥିବାରୁ ୨ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବେଜିଂ ଜନଶୂନ୍ୟ ହୋଇପଡ଼ିଛି । ଏବେ ଏହାର ପ୍ରଭାବରେ ଦୋକାନ ବଜାର ବନ୍ଦ ଥିବା ବେଳେ ରେଷ୍ଟୁରାଂଟ ଗୁଡ଼ିକ ମଧ୍ୟ ବନ୍ଦ ରହିଛି । ଯାହାଫଳରେ ଚୀନର ବେଜିଂ ସହର ଭୂତ ସହର ଭଳି ପରିଲକ୍ଷିତ ହେଉଛି ।

କୋଭିଡ୍ ପରୀକ୍ଷା କେନ୍ଦ୍ର, ଆଇସିୟୁ ଏବଂ କ୍ୱାରେଂଟିନ୍ ସେଣ୍ଟର ଅଧିକ ମାତ୍ରାରେ ପ୍ରସ୍ତୁତ କରି ସରକାର ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତ ଥିବା ବେଳେ ଜନସାଧାରଣ କିନ୍ତୁ ଏଥିରେ ସହଯୋଗ କରୁନାହାନ୍ତି । ଏପରିକି ସାଧାରଣ ଜନତା ସରକାରଙ୍କ ଜିରୋ କୋଭିଡ୍ ନୀତିର ତୀବ୍ର ବିରୋଧ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ସେଥିପାଇଁ ପ୍ରଶାସନ କଠୋର ନୀତି ଲାଗୁ କରିଛି । ଏହି ପ୍ରକ୍ରିୟାରେ ଘରୋଇ ପ୍ରତିଷ୍ଠାନ, ବୃହତ ବାଣିଜ୍ୟକ ସଂସ୍ଥ୍ୟା, ବଜାର ବନ୍ଦ ରଖାଯାଇଥିବା ବେଳେ ଯାନବାହନ ଚଳାଚଳ ଉପରେ କଟକଣା ଅଘୋଷିତ ଲକଡାଉନ୍ ପରିସ୍ଥିତି ସୃଷ୍ଟି କରିଛି । ଯାହା ଫଳରେ ଏପରି ସ୍ଥିତି ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.