ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମଙ୍ଗଳନାଥଙ୍କୁ ପୂଜା କଲେ ଦୂର ହୋଇଥାଏ ମଙ୍ଗଳ ଦୋଷ

0

ଉଜ୍ଜୟିନୀ; ଉଜ୍ଜୟିନୀକୁ ମହାକାଳଙ୍କ ନଗରୀ କୁହାଯାଇଥାଏ । ଏହି ପବିତ୍ର ସ୍ଥାନରେ ବହିଯାଇଛି ସିପ୍ରା ନଦୀ । ଏହି ପବିତ୍ର ତଟର ପାଦ ଦେଶରେ ଅମଙ୍ଗଳକୁ ମଙ୍ଗଳରେ ପରିବର୍ତ୍ତନ କରିବା ପାଇଁ ପୂଜା ପାଇଥାନ୍ତି ଭଗବାନ ମଙ୍ଗଳନାଥ । ଦେଶରେ ମଙ୍ଗଳ ଭଗବାନଙ୍କର ଅନେକ ମନ୍ଦିର ରହିଛି କିନ୍ତୁ ଭଗବାନ ମଙ୍ଗଳନାଥ ମନ୍ଦିରରେ ମଙ୍ଗଳଙ୍କ ପୂଜା କରିବାର ଗୁରୁତ୍ୱ ଅନ୍ୟ କୌଣସି ସ୍ଥାନରେ ନାହିଁ ।

ମାନ୍ୟତା ରହିଛି ଏଠାରେ ପୂଜା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜାତକରେ ଥିବା ଦୋଷ ଦୂର ହୋଇଯାଇଥାଏ । ସେହିଭଳି ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ମଙ୍ଗଳ ଭାରି ହୋଇଥାନ୍ତି ସେହି ବ୍ୟକ୍ତିମାନେ ନିଜର ଅନିଷ୍ଟ ଗ୍ରହର ଶାନ୍ତି ପାଇଁ ମଙ୍ଗଳନାଥ ମନ୍ଦିରରେ ପୂଜା-ପାଠ କରିବାକୁ ଆସିଥାନ୍ତି । ମଙ୍ଗଳନାଥ ମନ୍ଦିରରେ ପୂଜା-ଅର୍ଚ୍ଚନା କରିବା ଦ୍ୱାରା ଜାତକରେ ଉଗ୍ରରୂପ ଧାରଣ କରିଥିବା ମଙ୍ଗଳ ଶାନ୍ତ ହୋଇଥାନ୍ତି । ଏହି କାରଣରୁ ଯେଉଁ ନବବିବାହିତଙ୍କ ଯୋଡିରେ ମଙ୍ଗଳ ଦୋଷ ରହିଥାଏ ସେମାନେ ପ୍ରତ୍ୟେକ ବର୍ଷ ଏଠାରେ ପୂଜା-ପାଠ କରିବା ପାଇଁ ଆସିଥାନ୍ତି ।

କୁହାଯାଇଥାଏ ଅନେକ ଶତାଦ୍ଦୀ ପ୍ରାଚୀନ ହୋଇଥିବା ଏହି ମନ୍ଦିର ସିନ୍ଧିୟା ରାଜପରିବାରଙ୍କ ଦ୍ୱାରା ପୂନଃନିର୍ମାଣ କରାଯାଇଥିଲା । ଏଠାରେ କରାଯାଉଥିବା ମଙ୍ଗଳ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଭକ୍ତଙ୍କ ଦ୍ୱାରା ଏଠାରେ ମଙ୍ଗଳନାଥଙ୍କୁ ଶିବ ରୂପେ ପୂଜା କରାଯାଇଥାଏ । ମଙ୍ଗଳବାର ଦିନ ଏଠାରେ ପୂଜା କରିବା ପାଇଁ ବହୁ ଦୂର-ଦୂରାନ୍ତରୁ ଭକ୍ତମାନେ ଛୁଟିଆସିଥାନ୍ତି। ଏହି ମନ୍ଦିରରେ କରାଯାଇଥିବା ନବଗ୍ରହଙ୍କ ପୂଜା ବିଶେଷ ଲାଭ ଦେଇଥାଏ ବୋଲି ବିଶ୍ୱାସ କରାଯାଏ । ଏଠାରେ ଶାନ୍ତ ମନରେ ପୂଜା-ଅର୍ଚ୍ଚନା କରିବା ଦ୍ୱାରା ଉଗ୍ର ରୂପ ଧାରଣ କରିଥିବା ମଙ୍ଗଳ ଶାନ୍ତ ହୋଇଥାନ୍ତି ।

Leave A Reply

Your email address will not be published.