ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପହିଲାରୁ ଟ୍ବିନ ସିଟିରେ ଗଡିବନି ଭାରୀଯାନ

0

କଟକ; ଜାନୁଆରୀ ପହିଲାରୁ ଟ୍ବିନ ସିଟିରେ ଭାରୀଯାନ ଗଡ଼ିବା ଉପରେ ଲାଗିଲା କଟକଣା । ଏହି କଟକଣା ଆସନ୍ତା ୧୨ ତାରିଖ ଯାଏଁ ବଳବତ୍ତର ରହିବ । ସୂଚନା ଅନୁଯାୟୀ, ପୁରୁଷ ହକି ବିଶ୍ୱ କପ୍ ୨୦୨୩ର ଉଦଘାଟନୀ ସମାରୋହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ ।

ପ୍ରଶାସନ ପକ୍ଷରୁ କୁହାଯାଇଛି କି, କଟକ ସୀମାରେ ଭାରୀଯାନ ଚଳାଚଳ ଯଥା, ଟ୍ରକ ଟିପ୍ପର, ଟ୍ରାକ୍ଟର ମାଧ୍ୟମରେ ଲଘୁ ଖଣିଜ ପରିବହନ ଉପରେ ରୋକ୍ ଲଗାଯାଇଛି । କଟକ ସହର ସୀମାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପହିଲାରୁ ଜାନୁଆରୀ ୧୨ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ।

ଆସନ୍ତା ୧୧ ତାରିଖରେ ବାରବାଟି ଷ୍ଟାଡିୟମରେ ହକି ବିଶ୍ୱ କପର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉଦଘାଟନୀ ସମାରୋହକୁ ଆସୁଥିବା ଅତିଥି ଓ ଦର୍ଶକ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯାତାୟାତ ସୁବିଧା ଦୃଷ୍ଟିରୁ ଏହି କଟକଣା ଲାଗୁ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

Leave A Reply

Your email address will not be published.