ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ବୁଷ୍ଟର ଭାବେ ବୟସ୍କ ନେଇପାରିବେ ନାଜାଲ ଭାକସିନ

0

ନୂଆଦିଲ୍ଲୀ; ସାରା ବିଶ୍ୱରେ ମହାମାରୀ କାୟା ବିସ୍ତାର କରିଥିବା ବେଳେ ଏବେ ଦେଶରେ ବଢୁଛି କରୋନା ସଂକ୍ରମଣ । ଏହାକୁ ରୋକିବା ଲାଗି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବା ଆବଶ୍ୟକ ହେଲାଣି । ଏବେ ବୟସ୍କଙ୍କୁ ବୁଷ୍ଟର ଡୋଜ ଭାବେ ନାଜାଲ ଭାକ୍ସିନ ଦେବା ଲାଗି ପରାମର୍ଶ ଦେଇଛି ବିଶେଷଜ୍ଞ କମିଟି । ଭାରତ ବାୟୋଟେକର ଇନୋକୋଭାକକୁ ମଞ୍ଜୁରୀ ଦିଆଯାଇଥିବାବେଳେ ଏହାକୁ କୋଭିଡ ମୁକାବିଲା ଲାଗି ବ୍ୟବହାର କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ତେବେ ଆସନ୍ତା ସପ୍ତାହରେ ଇନକୋଭାକ ଟିକାକୁ ବୟସ୍କଙ୍କ କ୍ଷେତ୍ରରେ ପ୍ରୟୋଗ କରାଯିବ ବୋଲି ଗତକାଲି କହିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । କୋ-ଓ୍ବିନ ଆପରେ ଏହି ନାଜାଲ ଭାକସିନକୁ ସାମିଲ କରାଯିବ । ଇନକୋଭାକକୁ ଔଷଧ ମହାନିୟନ୍ତ୍ରକ ମଞ୍ଜୁରୀ ଦେଇଥିବାବେଳେ ଏହା ପ୍ରୟୋଗ କରିବା ସହଜ ହୋଇଥାଏ । ଏହା ସହ କୋଭିଡ ସଂକ୍ରମଣ ରୋକିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

Leave A Reply

Your email address will not be published.