ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ସୁଖୋଇ ବିମାନରୁ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ନୂଆଦିଲ୍ଲୀ; ଭାରତୀୟ ବାୟୁସେନା ସୁପରସୋନିକ ମିସାଇଲ ବ୍ରହ୍ମୋସ ଇଆର (ଏକ୍ସଟେଣ୍ଡେଡ ରେଞ୍ଜ)ର ସଫଳ ପରୀକ୍ଷଣ କରିଛି। ଭାରତୀୟ ବାୟୁସେନାର ସୁପରସୋନିକ ମିଜାଇଲ ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ସଫଳ ପରୀକ୍ଷଣ କରାଯାଇଛି । ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ପରୀକ୍ଷଣ ହୋଇଥିବାବେଳେ ଏକ ଜାହାଜକୁ ଟାର୍ଗେଟ କରିଥିଲା କ୍ଷେପଣାସ୍ତ୍ର । ବିଶ୍ୱାସ କରାଯାଏ ଯେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ୪୦୦ କିଲୋମିଟର ଦୂରରେ ସମୁଦ୍ରରେ ଥିବା ଟାର୍ଗେଟକୁ ଧ୍ବଂସ କରିବାର କ୍ଷମତା ରଖିବ । ଭାରତୀୟ ବାୟୁସେନା, ଭାରତୀୟ ନୌସେନା, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ), ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ) ଏବଂ ବ୍ରହ୍ମୋସ ଏରୋସ୍ପେସ୍ ଏହି ପରୀକ୍ଷଣ ପାଇଁ ମିଳିତ ଭାବେ କାର୍ଯ୍ୟ କରିଥିଲେ । ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ବାୟୁସେନା, ହାଲ୍ ଓ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନାଯୋଗ୍ୟ; ସୁପରସୋନିକ କ୍ରୁଜ ମିସାଇଲକୁ ବଙ୍ଗୋପ ସାଗରରେ ପରୀକ୍ଷା କରାଯାଇଥିବାବେଳେ ସମୁଦ୍ର ଓ ଭୂପୃଷ୍ଠରେ ଥିବା ଲକ୍ଷ୍ୟ ସ୍ଥଳକୁ ଭେଦ କରିପାରିବାର ସାମର୍ଥ୍ୟ ହାସଲ କରିଛି ବ୍ରହ୍ମୋସ । ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ବ୍ରହ୍ମୋସର ପରୀକ୍ଷା ନେଇ ସୂଚନା ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏହି ଧରଣର କ୍ଷେପଣାସ୍ତ୍ର ଯୋଗୁ ଶକ୍ତିଶାଳୀ ହେବା ବାୟୁସେନା ।

ଭାରତୀୟ ବାୟୁସେନା, ଭାରତୀୟ ନୌସେନା, ଡିଆରଡିଓ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଓ ବ୍ରହ୍ମୋସ ଏରୋସ୍ପେସର ମିଳିତ ଉଦ୍ୟମ କ୍ରମେ ବିକଶିତ କରାଯାଇଛି କ୍ଷେପଣାସ୍ତ୍ର । ପ୍ରତିରକ୍ଷା ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି । ସମୁଦ୍ରରେ କିଛି ଲକ୍ଷ୍ୟ ଉପରେ ଏହା ପ୍ରଥମ ପରୀକ୍ଷଣ ଅଟେ । ଏହା ପୂର୍ବରୁ ସ୍ଥଳ ଭାଗରେ ଥିବା ଟାର୍ଗେଟ ଉପରେ ସଫଳ ପରୀକ୍ଷଣ କରାଯାଇଥିଲା । ବ୍ରହ୍ମୋସ ପରିବର୍ଦ୍ଧିତ ରେଞ୍ଜର ମାରକ କ୍ଷମତା ୪୦୦ କିଲୋମିଟର ରହିଛି । ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଏହା, ମିଜାଇଲର ଏୟାର ଲଞ୍ଚ୍ ଭର୍ସନ ଆଣ୍ଟି-ସିପ୍ ସଂସ୍କରଣର ପରୀକ୍ଷଣ ଥିଲା ।

Leave A Reply

Your email address will not be published.