ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ସୁଖୋଇ ବିମାନରୁ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ନୂଆଦିଲ୍ଲୀ; ଭାରତୀୟ ବାୟୁସେନା ସୁପରସୋନିକ ମିସାଇଲ ବ୍ରହ୍ମୋସ ଇଆର (ଏକ୍ସଟେଣ୍ଡେଡ ରେଞ୍ଜ)ର ସଫଳ ପରୀକ୍ଷଣ କରିଛି। ଭାରତୀୟ ବାୟୁସେନାର ସୁପରସୋନିକ ମିଜାଇଲ ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ସଫଳ ପରୀକ୍ଷଣ କରାଯାଇଛି । ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ପରୀକ୍ଷଣ ହୋଇଥିବାବେଳେ ଏକ ଜାହାଜକୁ ଟାର୍ଗେଟ କରିଥିଲା କ୍ଷେପଣାସ୍ତ୍ର । ବିଶ୍ୱାସ କରାଯାଏ ଯେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ୪୦୦ କିଲୋମିଟର ଦୂରରେ ସମୁଦ୍ରରେ ଥିବା ଟାର୍ଗେଟକୁ ଧ୍ବଂସ କରିବାର କ୍ଷମତା ରଖିବ । ଭାରତୀୟ ବାୟୁସେନା, ଭାରତୀୟ ନୌସେନା, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ), ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ) ଏବଂ ବ୍ରହ୍ମୋସ ଏରୋସ୍ପେସ୍ ଏହି ପରୀକ୍ଷଣ ପାଇଁ ମିଳିତ ଭାବେ କାର୍ଯ୍ୟ କରିଥିଲେ । ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ବାୟୁସେନା, ହାଲ୍ ଓ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନାଯୋଗ୍ୟ; ସୁପରସୋନିକ କ୍ରୁଜ ମିସାଇଲକୁ ବଙ୍ଗୋପ ସାଗରରେ ପରୀକ୍ଷା କରାଯାଇଥିବାବେଳେ ସମୁଦ୍ର ଓ ଭୂପୃଷ୍ଠରେ ଥିବା ଲକ୍ଷ୍ୟ ସ୍ଥଳକୁ ଭେଦ କରିପାରିବାର ସାମର୍ଥ୍ୟ ହାସଲ କରିଛି ବ୍ରହ୍ମୋସ । ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ବ୍ରହ୍ମୋସର ପରୀକ୍ଷା ନେଇ ସୂଚନା ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏହି ଧରଣର କ୍ଷେପଣାସ୍ତ୍ର ଯୋଗୁ ଶକ୍ତିଶାଳୀ ହେବା ବାୟୁସେନା ।

ଭାରତୀୟ ବାୟୁସେନା, ଭାରତୀୟ ନୌସେନା, ଡିଆରଡିଓ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଓ ବ୍ରହ୍ମୋସ ଏରୋସ୍ପେସର ମିଳିତ ଉଦ୍ୟମ କ୍ରମେ ବିକଶିତ କରାଯାଇଛି କ୍ଷେପଣାସ୍ତ୍ର । ପ୍ରତିରକ୍ଷା ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି । ସମୁଦ୍ରରେ କିଛି ଲକ୍ଷ୍ୟ ଉପରେ ଏହା ପ୍ରଥମ ପରୀକ୍ଷଣ ଅଟେ । ଏହା ପୂର୍ବରୁ ସ୍ଥଳ ଭାଗରେ ଥିବା ଟାର୍ଗେଟ ଉପରେ ସଫଳ ପରୀକ୍ଷଣ କରାଯାଇଥିଲା । ବ୍ରହ୍ମୋସ ପରିବର୍ଦ୍ଧିତ ରେଞ୍ଜର ମାରକ କ୍ଷମତା ୪୦୦ କିଲୋମିଟର ରହିଛି । ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଏହା, ମିଜାଇଲର ଏୟାର ଲଞ୍ଚ୍ ଭର୍ସନ ଆଣ୍ଟି-ସିପ୍ ସଂସ୍କରଣର ପରୀକ୍ଷଣ ଥିଲା ।

Leave A Reply

Your email address will not be published.