ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଶୁଭାରମ୍ଭ ହେଲା ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ

0

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହୋଇଛି ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ । ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଭାରମ୍ଭ କରିବା ସହିତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ପାଠପଢା ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ; ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ପ୍ରଥମ ବ୍ୟାଚ ପିଜି ପାଠ୍ୟକ୍ରମ । ମୋଟ ୧୫ ଟି ବିଭାଗରେ ପାଠ୍ୟକ୍ରମ ଖୋଲିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୬ଟି ବିଭାଗକୁ ମିଳିଛି ଅନୁମତି । ୬ଟି ବିଭାଗରେ ୨୪ଟି ସିଟ ପାଇଁ ପିଜି ଓ ୬ଟି ସ୍ପେଶାଲ ଏମ୍ ଏସ୍ ପାଠ୍ୟକ୍ରମ ଅନୁମତି ମିଳିଛି ।

ମେଡିସିନ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ସର୍ଜରୀ ବିଭାଗକୁ ୫ଟି ଲେଖାଏ ସିଟ ସହିତ, ଅସ୍ଥିଶଲ୍ୟ ବିଭାଗରେ ୨, ଶିଶୁରୋଗ ବିଭାଗରେ ୪, ଶ୍ବାସରୋଗ ବିଭାଗରେ ୩ଟି ସିଟରେ ପିଜି ପାଠ୍ୟକ୍ରମ ଖୋଲିଛି । ଆଉ ୯ଟି ବିଭାଗ ପର୍ଯ୍ୟାୟକ୍ରମେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶକ, ପ୍ରଫେସର ଓ କମର୍ଚାରୀଙ୍କ ସହ ପାଖାପାଖି ୭୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏଠାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା ।

Leave A Reply

Your email address will not be published.