ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ନୂଆବର୍ଷ ପାଇଁ କଡାକଡି ହେଲା ନିୟମ

0

ଭୁବନେଶ୍ବର; ଆଉ ଦିନକ ପରେ ନୂଆବର୍ଷ । ଜଗା ଦର୍ଶନ ପାଇଁ ଦେଶ ତଥା ବିଦେଶରୁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ବର୍ଷ ଶେଷରେ ଓ ନୂଆବର୍ଷ ଆରମ୍ଭରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମୁଛି । ଆସନ୍ତାକାଲି ଓ ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ଦୁଇଦିନ ପୁରୀ ବଡ଼ ଦାଣ୍ଡରେ ବନ୍ଦ ରହିବ ସମସ୍ତ ଦୋକାନ । ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ପାଇଁ କରାଯାଇଛି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା। ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ଭକ୍ତଙ୍କ ବିଶ୍ରାମ, ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି | ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ସେପଟେ ନୂଆବର୍ଷ ପାଇଁ ଉତ୍ସବମୁଖର ଟ୍ବିନ ସିଟି । ଜିରୋ ନାଇଟ ପାଇଁ କଟକ କମିଶନରେଟର ପୋଲିସ ପକ୍ଷରୁ ନିୟମ କଡାକଡି କରାଯାଇଛି । କ୍ଳବ,ପବ, ହୋଟେଲଗୁଡିକ ସେଲିବ୍ରେସନ ପାଇଁ ପୋଲିସ ଠାରୁ ଅନୁମତି ନେବାକୁ ପଡିବ । ଏଥିସହିତ ରାତି ୧୨ ଟା ପର୍ଯ୍ୟନ୍ତ ଇନଡୋର ସେଲିବ୍ରେସନ ଓ ଆଉଟ ଡୋର ବା ବାହାରେ ମୁକ୍ତା କାଶରେ ରାତି ୧୦ ଟା ପର୍ଯ୍ୟନ୍ତ ବାଦ୍ୟଯନ୍ତ୍ର ବଜାଇବା ପାଇଁ ଅନୁମତି ମିଳିଛି ।

ଅନ୍ୟପଟେ ପ୍ରତିଦିନ ରାତ୍ରୀକାଳୀନ ବ୍ଳକିଂ, ଚେକିଂ ଓ ପେଟ୍ରୋଲିଂ କଡାକଡି କରାଯାଇଛି । ତେବେ ସହରରେ ମୋଟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ମଦ ଖାଇ ଗାଡି ଚଳାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି ।

Leave A Reply

Your email address will not be published.