ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ରେଲୱେ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ

0

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ରେଲୱେ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ କରୁଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଳବାଇର କାର୍ଯ୍ୟରତ ଅଫିସରଙ୍କ ଭୁବନେଶ୍ୱର ସମେତ ମୋଟ ୪ଟି ଜାଗାରେ ଚଢ଼ାଉ କରୁଛି ସିବିଆଇ। ଭୁବନେଶ୍ୱରର ୨ଟି, କଟକ ଓ ଜଗତସିଂହପୁରର ଗୋଟିଏ ଲେଖାଏ ଜାଗାରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇର ୫ଟି ଟିମ ।

ଉଲ୍ଲେଖଯୋଗ୍ୟ; ପି.କେ ଜେନା ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହେବା ପରେ ଆଜି ସକାଳୁ ତାଙ୍କ ଘରେ ପଶିଛି ସିବିଆଇ ଟିମ୍‌। ସିବିଆଇ ଟିମ୍‌ ଭୁବନେଶ୍ୱରର ୨ଟି ଜାଗା ସମେତ କଟକ ଓ ଜଗତସିଂହପୁରରେ ବି ଚଢ଼ାଉ କରିଛି। ଚଢ଼ାଉ ସମୟରେ ପି.କେ ଜେନାଙ୍କ ଘରୁ  କିଛି କାଗଜପତ୍ର ଓ ନଗଦ ଟଙ୍କା, ବ୍ୟାଙ୍କ ଦସ୍ତାବିଜ, ପାସପୋର୍ଟ ଆଦ ଜବତ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.