ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଏଏସ୍‌ଆଇ ଗାଡି ଧକ୍କାରେ ୪ରୁ ଅଧିକ ଆହତ

0

ନୂଆଦିଲ୍ଲୀ: ଗତକାଲି ରାତିରେ ଦିଲ୍ଲୀର ଦ୍ବାରକା ମୋର୍‌ ଅଞ୍ଚଳରେ ଦିଲ୍ଲୀ ପୁଲିସର ସହକାରୀ ସବ୍‌-ଇନ୍ସପେକ୍ଟର୍‌ଙ୍କ କାର୍‌ ଗୋଟିଏ ‘ପିସିଆର୍‌’ ଭ୍ୟାନ୍‌ ସମତେ ୬ଟି ଗାଡ଼ିକୁ ଧକ୍କା ଦେଇ ନଷ୍ଟ କରିବା ସହିତ କେତେଜଣ ଲୋକଙ୍କୁ ମଧ୍ୟ ଆହତ କରିଥିବା କଥା ପୁଲିସ କହିଛି।

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁସାରେ, ରେଡ୍‌ ଲାଇଟ୍‌ରେ ଠିଆ ହୋଇଥିବା ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିବା କାର୍‌ଟି ପୁଲିସର। ଏବେ ଜଣାପଡ଼ିଲା ଯେ, ଉକ୍ତ ‘ସ୍ବିଫ୍‌ଟ୍‌’ କାର୍‌ଟି ‘ଆଉଟର୍‌ ଡିଷ୍ଟ୍ରିକ୍ଟ୍‌’ରେ ‌ପୋଷ୍ଟିଙ୍ଗ୍‌ ହୋଇଥିବା ଦିଲ୍ଲୀ ପୁଲିସର ଜଣେ ‘ଏଏସ୍‌ଆଇ’ଙ୍କର ବ୍ୟକ୍ତିଗତ ଗାଡ଼ି। ଏହି ଦୁର୍ଘଟଣାରେ ନିଜେ ‘ଏଏସ୍‌ଆଇ’ ମଧ୍ୟ ଆହତ ହୋଇଛନ୍ତି। ଉକ୍ତ ପୁଲିସ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରାଯିବା ସହିତ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗାଡ଼ି ଚଳାଇବା ବେଳେ ସେ ନିଶା ସେବନ କରିଥିଲେ କି, ନାହିଁ ଜାଣିବା ପାଇଁ ତାଙ୍କ ରକ୍ତ ନମୁନା ବି ସଂଗ୍ରହ କରାଯାଇଛି।

ଦିଲ୍ଲୀ ପୁଲିସର ସୂଚନାନୁସାରେ, ଗତରାତିରେ ଦ୍ବାରକା ମୋର୍‌ ରେଡ୍‌ ଲାଇଟ୍‌ରେ ଗୋଟାଏ ‘ପିସିଆର୍‌’ ଭ୍ୟାନ୍‌ ସମେତ ୬ଟି ଗାଡ଼ିକୁ ଧକ୍କା ଦେଇଥିବା ଅଭିଯୋଗରେ ‘ଆଉଟର୍‌ ଡିଷ୍ଟ୍ରିକ୍ଟ୍‌’ରେ ପୋଷ୍ଟିଙ୍ଗ୍‌ ହୋଇଥିବା ଦିଲ୍ଲୀ ପୁଲିସର ଜଣେ ‘ଏଏସ୍‌ଆଇ’ଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଦୁର୍ଘଟଣା ଘଟିବା ବେଳେ ସେ ତାଙ୍କ କାର୍‌ରେ ଯାତ୍ରା କରୁଥିଲେ। ‘ଏଏସ୍‌ଆଇ’ଙ୍କ ସମତେ ୪ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

Leave A Reply

Your email address will not be published.