ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଏଏସ୍‌ଆଇ ଗାଡି ଧକ୍କାରେ ୪ରୁ ଅଧିକ ଆହତ

0

ନୂଆଦିଲ୍ଲୀ: ଗତକାଲି ରାତିରେ ଦିଲ୍ଲୀର ଦ୍ବାରକା ମୋର୍‌ ଅଞ୍ଚଳରେ ଦିଲ୍ଲୀ ପୁଲିସର ସହକାରୀ ସବ୍‌-ଇନ୍ସପେକ୍ଟର୍‌ଙ୍କ କାର୍‌ ଗୋଟିଏ ‘ପିସିଆର୍‌’ ଭ୍ୟାନ୍‌ ସମତେ ୬ଟି ଗାଡ଼ିକୁ ଧକ୍କା ଦେଇ ନଷ୍ଟ କରିବା ସହିତ କେତେଜଣ ଲୋକଙ୍କୁ ମଧ୍ୟ ଆହତ କରିଥିବା କଥା ପୁଲିସ କହିଛି।

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁସାରେ, ରେଡ୍‌ ଲାଇଟ୍‌ରେ ଠିଆ ହୋଇଥିବା ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିବା କାର୍‌ଟି ପୁଲିସର। ଏବେ ଜଣାପଡ଼ିଲା ଯେ, ଉକ୍ତ ‘ସ୍ବିଫ୍‌ଟ୍‌’ କାର୍‌ଟି ‘ଆଉଟର୍‌ ଡିଷ୍ଟ୍ରିକ୍ଟ୍‌’ରେ ‌ପୋଷ୍ଟିଙ୍ଗ୍‌ ହୋଇଥିବା ଦିଲ୍ଲୀ ପୁଲିସର ଜଣେ ‘ଏଏସ୍‌ଆଇ’ଙ୍କର ବ୍ୟକ୍ତିଗତ ଗାଡ଼ି। ଏହି ଦୁର୍ଘଟଣାରେ ନିଜେ ‘ଏଏସ୍‌ଆଇ’ ମଧ୍ୟ ଆହତ ହୋଇଛନ୍ତି। ଉକ୍ତ ପୁଲିସ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରାଯିବା ସହିତ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗାଡ଼ି ଚଳାଇବା ବେଳେ ସେ ନିଶା ସେବନ କରିଥିଲେ କି, ନାହିଁ ଜାଣିବା ପାଇଁ ତାଙ୍କ ରକ୍ତ ନମୁନା ବି ସଂଗ୍ରହ କରାଯାଇଛି।

ଦିଲ୍ଲୀ ପୁଲିସର ସୂଚନାନୁସାରେ, ଗତରାତିରେ ଦ୍ବାରକା ମୋର୍‌ ରେଡ୍‌ ଲାଇଟ୍‌ରେ ଗୋଟାଏ ‘ପିସିଆର୍‌’ ଭ୍ୟାନ୍‌ ସମେତ ୬ଟି ଗାଡ଼ିକୁ ଧକ୍କା ଦେଇଥିବା ଅଭିଯୋଗରେ ‘ଆଉଟର୍‌ ଡିଷ୍ଟ୍ରିକ୍ଟ୍‌’ରେ ପୋଷ୍ଟିଙ୍ଗ୍‌ ହୋଇଥିବା ଦିଲ୍ଲୀ ପୁଲିସର ଜଣେ ‘ଏଏସ୍‌ଆଇ’ଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଦୁର୍ଘଟଣା ଘଟିବା ବେଳେ ସେ ତାଙ୍କ କାର୍‌ରେ ଯାତ୍ରା କରୁଥିଲେ। ‘ଏଏସ୍‌ଆଇ’ଙ୍କ ସମତେ ୪ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

Leave A Reply

Your email address will not be published.