ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ସମ୍ ରେ ୩୦ ଦିନର ନବଜାତ ଶିଶୁର ସଫଳ ହୃଦରୋଗ ଚିକିତ୍ସା

0

ଭୁବନେଶ୍ୱର, ୧୪/୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତର ମାନଙ୍କ ଦ୍ୱାରା ଜନ୍ମରୁ ହୃଦ ସମସ୍ୟା ଥିବା ଏକ ନବଜାତ ଶିଶୁର ସଫଳ ବେଲୁନ୍ ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା କରିପାରିଛନ୍ତି । ସମ୍ ହସ୍ପିଟାଲରେ ନୂତନ ଜ୍ଞାନ କୌଶଳ ମାଧ୍ୟମରେ ଚିକିତ୍ସା ଯୋଗୁଁ ୩୦ ଦିନର ଶିଶୁ ପୁତ୍ରକୁ ନୂଆ ଜୀବନ ମିଳିଛି । ହୃଦରୋଗ ଓ ନବଜାତ ଶିଶୁ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ମିଳିତ ଭାବେ ଏହି ଚିକିତ୍ସା କରାଯାଇପାରିଛି ।

ସୂଚନାଯୋଗ୍ୟ; ନିମାପଡ଼ାର ତୁଳସୀପୁର ଗ୍ରାମର ରମାକାନ୍ତ ଭୋଇ ଓ ଦୀପ୍ତିରାଣୀ ଭୋଇଙ୍କ ନବଜାତ ଶିଶୁପୁତ୍ରର ଶ୍ୱାସପ୍ରକ୍ରିୟାରେ ଅସୁବିଧା ଦେଖାଯିବାରୁ ସେମାନେ ଜାନୁୟାରୀ ୨ତାରିଖ ଦିନ ସମ୍ ହସ୍ପିଟାଲରେ ଶିଶୁଟିକୁ ଚିକିତ୍ସା ପାଇଁ ଭର୍ତି କରାଇଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଶିଶୁପୁତ୍ରର ଶରୀରରେ କୋ-ଆର୍କଟେସନ୍ ଅଫ୍ ଆଓର୍ଟା ବା ମହାଧମନୀର ସଙ୍କୋଚନ ସମସ୍ୟା ଥିବା ଜଣା ପଡ଼ିଥିଲା ।

ଏହି ରୋଗରେ ଶରୀରର ନିମ୍ନ ଅର୍ଦ୍ଧ ଭାଗକୁ ରକ୍ତ ସଂଚାଳନ ବନ୍ଦ ହୋଇଯାଏ । ଯାହାଫଳରେ ଶିଶୁଟି ମୁର୍ମୂଷୁ ଅବସ୍ଥାକୁ ଚାଲିଯାଇଥାଏ ଓ ତୁରନ୍ତ ଚିକିତ୍ସା ଆବଶ୍ୟକ ହୁଏ । ସମ୍ ହସ୍ପିଟାଲ୍‌ର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର କୁମାର ଗୌରବ ବେହେରାଙ୍କ ନେତୃତ୍ୱରେ ଶିଶୁଟିର ବେଲୁନ୍ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ହୃଦରୋଗ ଓ ନବଜାତ ଶିଶୁ ବିଭାଗ ବିଶେଷଜ୍ଞଙ୍କ ସହିତ ଟେକ୍ନିସିଆନ୍ ଷ୍ଟାଫ୍ ତଥା ଏକ ୧୦ ଜଣିଆ ଟିମ୍ ଏହି ଚିକିତ୍ସା କରିବାରେ ସଫଳ ହୋଇଥିଲେ ।

ଏହା ଏକ ବିରଳ ସମସ୍ୟା ହୋଇଥିବା ବେଳେ ଲକ୍ଷଣ ଜାଣିବା ମାତ୍ରେ ଚିକିତ୍ସା ଅତ୍ୟନ୍ତ ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ଏହି ଚିକିତ୍ସା ଏବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ମିଳିପାରୁଛି । ଏ ନେଇ ପ୍ରତି ଶିଶୁଙ୍କର ବାପା-ମା ସଜାଗ ରହିବା ସହ ସଚେତନ ହେବା ଜରୁରୀ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଏହି ଚିକିତ୍ସାରେ ଡାକ୍ତର ଅନୁସ୍ପନ୍ଦନା ମହାପାତ୍ର, ଟେକ୍ନିସିଆନ୍ ଶ୍ର୍ରୀ ତାପସ , ଶ୍ରୀ ଅର୍ଘ, କ୍ୟାଥ୍ ଲାବ୍‌ର ନର୍ସିଂ ଅଫିସର୍ ସୁଶ୍ରୀ ସନ୍ଧ୍ୟା ସହଯୋଗ କରିଥିଲେ । ନବଜାତ ଶିଶୁ ବିଭାଗର ଆଇସିୟୁର ନିଓନାଟୋଲୋଜି ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ରତନ ଦାସ, ଡାକ୍ତର ଦେବାଶିଷ ନନ୍ଦ, ଡାକ୍ତର ବିଜୟ ତେଜ କୋଲା, ଡାକ୍ତର ବିନିତ୍ ପାଣିଗ୍ରାହୀ , ଡାକ୍ତର ପାୟଲ ପ୍ରଧାନ , ଡାକ୍ତର କଳ୍ପିତା ସାହୁ , ଡାକ୍ତର ଶିଳ୍ପା, ଡାକ୍ତର ଦେବୀ ପ୍ରସାଦ ସାହୁ ଅସ୍ତ୍ରୋପଚାର ପୂର୍ବ ଓ ପରବର୍ତୀ ସମସ୍ତ ଚିକିତ୍ସାର ଭାର ବହନ କରିଥିଲେ

ଏବେ ଶିଶୁ ବିପଦମୁକ୍ତ ଅଛି । ଶିଶୁ ପୁତ୍ରଟି ବର୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ତାର ପରିବାର ଲୋକ ଏ ନେଇ ସମ୍ ହସ୍ପିଟାଲର ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.