ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସମ୍ ରେ ୩୦ ଦିନର ନବଜାତ ଶିଶୁର ସଫଳ ହୃଦରୋଗ ଚିକିତ୍ସା

0

ଭୁବନେଶ୍ୱର, ୧୪/୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତର ମାନଙ୍କ ଦ୍ୱାରା ଜନ୍ମରୁ ହୃଦ ସମସ୍ୟା ଥିବା ଏକ ନବଜାତ ଶିଶୁର ସଫଳ ବେଲୁନ୍ ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା କରିପାରିଛନ୍ତି । ସମ୍ ହସ୍ପିଟାଲରେ ନୂତନ ଜ୍ଞାନ କୌଶଳ ମାଧ୍ୟମରେ ଚିକିତ୍ସା ଯୋଗୁଁ ୩୦ ଦିନର ଶିଶୁ ପୁତ୍ରକୁ ନୂଆ ଜୀବନ ମିଳିଛି । ହୃଦରୋଗ ଓ ନବଜାତ ଶିଶୁ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ମିଳିତ ଭାବେ ଏହି ଚିକିତ୍ସା କରାଯାଇପାରିଛି ।

ସୂଚନାଯୋଗ୍ୟ; ନିମାପଡ଼ାର ତୁଳସୀପୁର ଗ୍ରାମର ରମାକାନ୍ତ ଭୋଇ ଓ ଦୀପ୍ତିରାଣୀ ଭୋଇଙ୍କ ନବଜାତ ଶିଶୁପୁତ୍ରର ଶ୍ୱାସପ୍ରକ୍ରିୟାରେ ଅସୁବିଧା ଦେଖାଯିବାରୁ ସେମାନେ ଜାନୁୟାରୀ ୨ତାରିଖ ଦିନ ସମ୍ ହସ୍ପିଟାଲରେ ଶିଶୁଟିକୁ ଚିକିତ୍ସା ପାଇଁ ଭର୍ତି କରାଇଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଶିଶୁପୁତ୍ରର ଶରୀରରେ କୋ-ଆର୍କଟେସନ୍ ଅଫ୍ ଆଓର୍ଟା ବା ମହାଧମନୀର ସଙ୍କୋଚନ ସମସ୍ୟା ଥିବା ଜଣା ପଡ଼ିଥିଲା ।

ଏହି ରୋଗରେ ଶରୀରର ନିମ୍ନ ଅର୍ଦ୍ଧ ଭାଗକୁ ରକ୍ତ ସଂଚାଳନ ବନ୍ଦ ହୋଇଯାଏ । ଯାହାଫଳରେ ଶିଶୁଟି ମୁର୍ମୂଷୁ ଅବସ୍ଥାକୁ ଚାଲିଯାଇଥାଏ ଓ ତୁରନ୍ତ ଚିକିତ୍ସା ଆବଶ୍ୟକ ହୁଏ । ସମ୍ ହସ୍ପିଟାଲ୍‌ର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର କୁମାର ଗୌରବ ବେହେରାଙ୍କ ନେତୃତ୍ୱରେ ଶିଶୁଟିର ବେଲୁନ୍ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ହୃଦରୋଗ ଓ ନବଜାତ ଶିଶୁ ବିଭାଗ ବିଶେଷଜ୍ଞଙ୍କ ସହିତ ଟେକ୍ନିସିଆନ୍ ଷ୍ଟାଫ୍ ତଥା ଏକ ୧୦ ଜଣିଆ ଟିମ୍ ଏହି ଚିକିତ୍ସା କରିବାରେ ସଫଳ ହୋଇଥିଲେ ।

ଏହା ଏକ ବିରଳ ସମସ୍ୟା ହୋଇଥିବା ବେଳେ ଲକ୍ଷଣ ଜାଣିବା ମାତ୍ରେ ଚିକିତ୍ସା ଅତ୍ୟନ୍ତ ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ଏହି ଚିକିତ୍ସା ଏବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ମିଳିପାରୁଛି । ଏ ନେଇ ପ୍ରତି ଶିଶୁଙ୍କର ବାପା-ମା ସଜାଗ ରହିବା ସହ ସଚେତନ ହେବା ଜରୁରୀ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଏହି ଚିକିତ୍ସାରେ ଡାକ୍ତର ଅନୁସ୍ପନ୍ଦନା ମହାପାତ୍ର, ଟେକ୍ନିସିଆନ୍ ଶ୍ର୍ରୀ ତାପସ , ଶ୍ରୀ ଅର୍ଘ, କ୍ୟାଥ୍ ଲାବ୍‌ର ନର୍ସିଂ ଅଫିସର୍ ସୁଶ୍ରୀ ସନ୍ଧ୍ୟା ସହଯୋଗ କରିଥିଲେ । ନବଜାତ ଶିଶୁ ବିଭାଗର ଆଇସିୟୁର ନିଓନାଟୋଲୋଜି ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ରତନ ଦାସ, ଡାକ୍ତର ଦେବାଶିଷ ନନ୍ଦ, ଡାକ୍ତର ବିଜୟ ତେଜ କୋଲା, ଡାକ୍ତର ବିନିତ୍ ପାଣିଗ୍ରାହୀ , ଡାକ୍ତର ପାୟଲ ପ୍ରଧାନ , ଡାକ୍ତର କଳ୍ପିତା ସାହୁ , ଡାକ୍ତର ଶିଳ୍ପା, ଡାକ୍ତର ଦେବୀ ପ୍ରସାଦ ସାହୁ ଅସ୍ତ୍ରୋପଚାର ପୂର୍ବ ଓ ପରବର୍ତୀ ସମସ୍ତ ଚିକିତ୍ସାର ଭାର ବହନ କରିଥିଲେ

ଏବେ ଶିଶୁ ବିପଦମୁକ୍ତ ଅଛି । ଶିଶୁ ପୁତ୍ରଟି ବର୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ତାର ପରିବାର ଲୋକ ଏ ନେଇ ସମ୍ ହସ୍ପିଟାଲର ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.