ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଡିବିରି ଫାଟି ଜଳିଗଲେ ଗୋଟିଏ ପରିବାରର ୪ଜଣ

0

ସୋରଡା; ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁରୁ ଆସିଲା ଦୁଃଖଦ ଖବର ।ଶୋଇଥିବା ବେଳେ ଫାଟିଗଲା ଡିବିରି । ଯାହାଫଳରେ ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାରର ୪ଜଣ। ତେବେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ବନ୍ଧାଗୋଚ୍ଛା ଗାଁରେ ହାତୀ ଚଳପ୍ରଚଳ ଯୋଗୁ ସ୍ଥାନୀୟ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ବିଦ୍ୟୁତକାଟ୍‌ କରାଯାଇଥିଲା। ଗତକାଲି ରାତିରେ ଘରେ କିରୋସିନ୍ ନଥିବାରୁ ରୁମ୍‌ରେ ପେଟ୍ରୋଲରେ ଡିବିରି ଲଗାଇ ଶୋଇଥିଲେ ଛବି ,ତାଙ୍କ ଝିଅ ଓ ନାତୁଣୀ। ଏହି ସମୟରେ ଡିବିରିଟି ଫାଟିଯାଇ ଘରେ ନିଆଁ ଲାଗିଯାଇଥିଲା।

ଡିବିରି ପାଖରେ ଶୋଇଥିବା ସୁଷମା ଓ ତାଙ୍କ ୪ବର୍ଷ ଝିଅ ଦେହରେ ନିଆଁ ଲାଗିଯାଇଥିଲା। ଝିଅ ଓ ନାତୁଣୀକୁ ବଞ୍ଚାଇବାକୁ ଯାଇ ଛବି ମଧ୍ୟ ପୋଡ଼ି ଯାଇଥିଲେ। ପାଟିଶୁଣି ଛବିଙ୍କ ସ୍ତ୍ରୀ ଦୌଡ଼ି ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ଆହତ ହୋଇଥିଲେ।ପାଟି ଶୁଣି ଗାଁ ଲୋକେ ୪ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋରଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ସୁଷମା ଓ ତାଙ୍କ ଝିଅଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.