ପ୍ରମୁଖ ଖବର

ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା
ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶାରେ ପହଁଞ୍ଚିଲେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍
କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ

ଭୁବନେଶ୍ବର ଆସିଲା ’ଡାକୋଟା’

0

କଟକ: ବହୁ ବର୍ଷ ପୂର୍ବେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବ୍ୟବହାର କରୁଥିବା ଡାକୋଟା ବିମାନ ଆଜି ଭୁବନେଶ୍ବରରେ ପହଞ୍ଚିଛି।। କୋଲକାତାର ନେତାଜୀ ସୁଭାଷ ବୋଷ ବିମାନବନ୍ଦରରୁ ଭୁବନେଶ୍ବରକୁ ୩ଟି ବଡ଼ ଟ୍ରଲର ସହାୟତାରେ ଡାକୋଟା ବିମାନକୁ ଅଣାଯାଇଛି। ଡାକୋଟା ବିମାନଟିକୁ ମରାମତି କରାଯିବା ପରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ମୁଖରେ ପ୍ରଦର୍ଶିତ କରାଯିବ।

ମିଳିଥିବା ସୂଚନା ଅନୁସାରେ,ଏହି ବିମାନକୁ ଭାଗ ଭାଗ କରି ୩ଟି ଟ୍ରଲରରେ ଭୁବନେଶ୍ୱର ଅଣାଯାଇଛି । ଏହାକୁ ଆସନ୍ତାକାଲିଠୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅନଲୋଡ୍ କରାଯାଇ ଇଞ୍ଜିନିୟରମାନଙ୍କ ସହାୟତାରେ ପୁଣିଥରେ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ । ଏହି କାର୍ଯ୍ୟକୁ ଡକୋଟା ବିମାନ ସ୍ଥାନାନ୍ତର ପାଇଁ ଟେଣ୍ଡର ନେଇଥିବା ସଂସ୍ଥା ଦ୍ୱାରା ଇଞ୍ଜିନିୟର ଓ ଟେକନିସିଆନମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କାର୍ଯ୍ୟ ପ୍ରାୟ ୧୦ରୁ ୧୫ଦିନ ଧରି ଚାଲିବ।

ଦୀର୍ଘବର୍ଷ ଧରି କୋଲକାତା ବିମାନବନ୍ଦରରେ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା ପ୍ରାୟ ୮ଟନ୍ ଓଜନର ଏହି ଡକୋଟା ବିମାନକୁ ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର ଦୀର୍ଘଦିନ ଧରି ପ୍ରୟାସ କରୁଥିଲେ। ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମବେଳେ ଏହି ଡକୋଟା ବିମାନରେ ବିଜୁବାବୁ ୧୯୪୭ ମସିହା ଜୁଲାଇ ମାସରେ ଇଣ୍ଡୋନେସିଆର ତତକାଳୀନ ସୁଲତାନ ଶାଜାହିରର୍ ଓ ଉପରାଷ୍ଟ୍ରପତି ସୁକର୍ଣ୍ଣୋଙ୍କୁ ସୁରକ୍ଷିତ ଉଦ୍ଧାର କରି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭୂମିପୁତ୍ର’ରେ ସମ୍ମାନିତ ହୋଇଛନ୍ତି। ବିଜୁ ପଟ୍ଟନାୟକଙ୍କ ଦ୍ୱାରା କଳିଙ୍ଗ ଏୟାରଲାଇନ୍ସ ସ୍ଥାପନ କରାଯାଇଥିଲା, ଯେଉଁଥିରେ ପ୍ରାୟ ୧୪ରୁ ଅଧିକ ଡକୋଟା ବିମାନ ଥିଲା ଓ ଯାହାର ମୁଖ୍ୟାଳୟ କୋଲକାତାରେ ରହିଥିଲା।

ବିଜୁବାବୁଙ୍କ ସ୍ମୃତି ସହ ଜଡ଼ିତ ଏହି ଐତିହାସିକ ବିମାନକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରଖିବା ପାଇଁ ବିମାନ ବନ୍ଦର ପ୍ରାଧିକରଣ ପ୍ରାୟ ୧.୧ଏକର ଜମି ଦେଇଛନ୍ତି । ଯେଉଁଠାରେ ଏହି ବିମାନକୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶନ କରାଯିବ । ୨୦୧୭ ମସିହାରେ ରାଜ୍ୟ ସରକାର ଏହି ଡକୋଟା ବିମାନକୁ ଓଡ଼ିଶା ଫେରାଇ ଆଣିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ। କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ପ୍ରକ୍ରିୟା ସହଜ ହୋଇପାରିଥିଲା । କୋଭିଡ୍ ମହାମାରୀ ଯୋଗୁ ଏହି ବିମାନ ସ୍ଥାନାନ୍ତର ପ୍ରକ୍ରିୟା ସ୍ଥଗିତ ରହିଥିଲା। ଏହି ଡକୋଟା ବିମାନର ଲମ୍ବ ପ୍ରାୟ ୬୪.୮ ଫୁଟ ହୋଇଥିବାବେଳେ ଏହାର ଡେଣାକୁ ମିଶାଇଲେ ଏହା ପ୍ରାୟ ୯୫ ଫୁଟ ହେବ।

Leave A Reply

Your email address will not be published.