ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ ଘଟଣା: ଏନ୍‌ଜିଟିଙ୍କ ରହିତାଦେଶ ଉପରେ ହାଇକୋର୍ଟଙ୍କ ରୋକ

0

ଭୁବନେଶ୍ୱର, ୧୮/୦୧: ଭୁବନେଶ୍ୱର ଉପକଣ୍ଠ ଫୁଲନଖରାଠାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୟାମ୍ପସ-୨ ନିର୍ମାଣ ପ୍ରସଙ୍ଗରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଡିସେମ୍ବର ୧୨, ୨୦୨୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ କ୍ଷେତ୍ରରେ ହାଇକୋର୍ଟ ହସ୍ତକ୍ଷେପ କରିବା ସହ ସମ୍ପୃକ୍ତ ଜମିରେ ସମସ୍ତ ନିର୍ମାଣ କାର୍ଯ୍ୟ କ୍ଷେତ୍ରରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଲାଗୁ କରିଥିବା ରହିତାଦେଶ ଉପରେ ରୋକ ଲଗାଇଛନ୍ତି ।

ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ଯେ, ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ପ୍ରକଳ୍ପକୁ ଇତିମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତଣାଳୟ ପକ୍ଷରୁ ପରିବେଶ ମଞ୍ଜୁରି ମିଳିସାରିଛି । ତେଣୁ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଏହି ଆଧାର (ବିନା ପରିବେଶ ମଞ୍ଜୁରିରେ ନିର୍ମାଣ) ନିରର୍ଥକ ହୋଇଯାଇଛି । ଏହା ବ୍ୟତୀତ ଟ୍ରିବ୍ୟୁନାଲ୍‌ଙ୍କ ମତରେ ଯାହା ନିର୍ମାଣ କାର୍ଯ୍ୟ ବୋଲି କୁହାଯାଉଛି, ତାହା ବାସ୍ତବରେ କେବଳ ଜମି ସୀମା ଘେରାଯିବା ପାଇଁ ପାଚେରି କାମ ଥିଲା । ଏହାକୁ ନିର୍ମାଣ କାର୍ଯ୍ୟ ବୋଲି କୁହାଯାଇପାରିବ ନାହିଁ । ପ୍ରତିପକ୍ଷଙ୍କୁ ନିଜର ପକ୍ଷ ରଖିବା ପାଇଁ ସୁଯୋଗ ନ ଦେଇ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଏକପାଖିଆ ନିର୍ଦ୍ଦେଶ ଜାରି କରିଛନ୍ତି ବୋଲି ମାନ୍ୟବର ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ।

ହାଇକୋର୍ଟ କହିଛନ୍ତି, ଯେଉଁ ଜମିକୁ ନୟନଜୋରି କିସମ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ତାହା ପ୍ରକୃତରେ ରାସ୍ତା କଡ଼ ଜଳପ୍ରବାହ ସ୍ଥଳ । ଏହାକୁ ନୟନଜୋରି କୁହାଯାଇପାରିବ ନାହିଁ । ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ସଂପୃକ୍ତ ଜମି ପ୍ରକଳ୍ପ ନିର୍ମାଣ ପାଇଁ ଦେଇଛନ୍ତି । ଏହା କେଉଁ କିସମର ଏବଂ ଏଠାରେ ନିର୍ମାଣ ସମ୍ଭବ କି ନାହିଁ ତାହା ବିଚାର କରି ବିଭାଗ ଜମି ଦେଇଛନ୍ତି । ସଂପୃକ୍ତ ଜମିରେ ଏକଦା ପ୍ରାଚୀ ନଦୀ ପ୍ରବାହିତ ହେଉଥିଲା ବୋଲି ଯାହା ଦାବୀ କରାଯାଇଛି ତାହାର କୌଣସି ଭିତି କିମ୍ବା ତଥ୍ୟ ପ୍ରମାଣ ନାହିଁ । ପରବର୍ତୀ ତାରିଖ (ଫେବୃଆରୀ ୧୬) ଯାଏ ଗ୍ରୀନ୍ ଟ୍ରିବ୍ୟୁନାଲ୍‌ଙ୍କ ରହିତାଦେଶ ଉପରେ ଏହି ରୋକ ବଳବତର ରିହବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରେ ଉଲ୍ଲେଖ କରାଯାଇଥିବା ଜମିରେ ଅନ୍ୟାଦେଶ ପର୍ଯ୍ୟନ୍ତ ସବୁପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ଏନ୍‌ଜିଟି ରହିତାଦେଶ ଜାରି କରି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଚାରିଟେବଲ ଏଜୁକେସନ୍ ସୋସାଇଟି ଦାୟର କରିଥିବା ମାମଲାରେ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ଫେବୃଆରି ୧୬କୁ ମାମଲାର ପରବର୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଡକ୍ଟର ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନ୍‌ଜିଟି ନିର୍ଦ୍ଦେଶ ବିରୋଧରେ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଏନ୍‌ଜିଟିରେ ଆବେଦନକାରୀଙ୍କ ତରଫରୁ ଆବେଦନ ଦାୟର କରାଯାଇ ପରିବେଶ ମଞ୍ଜୁରୀ ମିଳି ନଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ଦର୍ଶାଯାଇଥିଲା । ଗତ ଡିସେମ୍ବର ୧୨ରେ ମାମଲାର ଶୁଣାଣି କରି ଏନ୍‌ଜିଟି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ନିର୍ମାଣ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଅନ୍ୟ ପକ୍ଷରେ ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ୨୦୨୩ ଜାନୁଆରି ୩ରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥି ସହିତ ଆବେଦନକାରୀଙ୍କ ପକ୍ଷ ନ ଶୁଣି ଏନ୍‌ଜିଟି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏଭଳି ସ୍ଥିତିରେ ଏନ୍‌ଜିଟି ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ହସ୍ପିଟାଲ୍ ନିର୍ମାଣ ହେଲେ ଏହା ଦ୍ୱାରା ସବୁବର୍ଗର ଲୋକେ ଉପକୃତ ହେବେ । ଉପଯୁକ୍ତ, ଉତମ ଏବଂ ଅଧିକ ମାତ୍ରାରେ ଲୋକମାନଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ । ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ହେଉ ଅଥବା କୋଭିଡ ମହାମାରୀ ସମୟରେ ଜନସାଧାରଣଙ୍କର ଚିକିତ୍ସା ଓ ଜୀବନ ରକ୍ଷା ହେଉ, ସବୁ କ୍ଷେତ୍ରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ନିରନ୍ତର ଓ ନିଃସ୍ୱାର୍ଥପର ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି । ଏଭଳି କ୍ଷେତ୍ରରେ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ ପ୍ରକଳ୍ପକୁ ବନ୍ଦ କରିବା ନେଇ କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କର ଚକ୍ରାନ୍ତ ନିନ୍ଦନୀୟ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.